STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଡାକବାଲା

ଡାକବାଲା

1 min
200


ଗାଆଁ ମୁଣ୍ଡ ଚାନ୍ଦିନୀ ପାଖ

ପୁରୁଣା ନାଲି ଡାକ ବାକ୍ସ 

ସମ୍ପର୍କର ଖବର ଦେଣ ନେଣ

ପୋଷ୍ଟକାର୍ଡ ଲଫାପା  

ଟିକେଟର ମୀନା ବଜାର ।।


ମଫସଲରୁ ସହର 

ଦୂର ବିଦେଶୀ ସମ୍ପର୍କର

ମଧୁର ଜୁଆର

ମଙ୍ଗଳ ମନାସି

ଗାଆଁ ଠାକୁରାଣୀ ପାଖେ କରେ ଜୁହାର ।।


ଲୁହ କୋହ ,ସ୍ନେହ ସରାଗର

ଅବ୍ୟକ୍ତ ମୁଦା ଲଫାପା

ଏକ ମୁହାଁ ହେଇ 

କାଦୁଆ ରାସ୍ତା ଛାତିରେ

ଦୌଡ଼ୁଥିବା ଭଙ୍ଗା ସାଇକେଲରେ 

ମଣିଷଟା ସତରେ କେତେ ନିଜର ।।


ମାଣିକ ବୁଢ଼ୀ

ବନା ଦାଦା ଗଉରୀ ଖୁଡି

ଭାଇ ଭାଉଜ ପୁଅ ଝିଅର

ସୂତା ଖିଅରେ ବନ୍ଧା ଭାଵନା ଡୋର ।।


ଆରମ୍ଭରୁ ଇତି

ସମସ୍ତଙ୍କ ବାରତା 

ସାଇତା ଯତନେ ଅତି

ପ୍ରଥମ ବନ୍ଧୁର କର୍ତ୍ତବ୍ୟ ଭାର

ଡାକବାଲା ନଭାବେ ଆପଣା ପର ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational