STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ଡାକଵାଲା

ଡାକଵାଲା

1 min
474

 ଡାକଵାଲା ଆଜି ଅଲୋଡ଼ା ଅଖୋଜା

   ଆମ ଏ ଯାନ୍ତ୍ରିକ ଯୁଗରେ 

ଶୁଭୁ ନାହିଁ ଆଉ ଡକାଵାଲା ଡାକ 

  ଆମ ଗାଆଁ ଗଳି କନ୍ଦିରେ

 ଆଉ ସେ ସରାଗ ନାହିଁ ଚିଠି ପତ୍ରେ 

   ଦୂରସଂଚାର ବ୍ୟବହାରେ 

ତଥାପି ହସୁଛି ସେଇ ଡକାଵାଲା 

   ତା ' ନିଅଣ୍ଟିଆ ଦରମାରେ

ବାଣ୍ଟୁ ନାହିଁ ଆଉ ନେଳିଆ ଲଫାପା 

   ଡାକଵାଲା ହୁରି କରି 

ଦେଉ ନାହିଁ ଆଉ ଭଲ ମନ୍ଦ ବାର୍ତ୍ତା 

    ଭଙ୍ଗା ସାଇକେଲ ଧରି

ଡାକଵାଲା ଘଣ୍ଟି  ନିରବି ଯାଇଛି 

  ଏ ମୋବାଇଲ ଯୁଗରେ 

ନବବଧୂ ଆଉ  ପ୍ରିୟ ଚିଠି ପାଇଁ 

   ଦଉଡୁନି ହରସରେ

ଗାଆଁ ଚିତ୍ର ଆଜି  ବଦଳି ଯାଇଛି 

   ଅଭିଜାତ୍ୟର ଢାଞ୍ଚାରେ 

 ଡାକଵାଲା ସ୍ବର ଧିମେଇ ଯାଇଛି 

   ସହରି ବାଆର ଗନ୍ଧରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract