STORYMIRROR

Samar Ballav Bhoi

Inspirational

4  

Samar Ballav Bhoi

Inspirational

ଡ଼.ମନୋଜ ଦାସ

ଡ଼.ମନୋଜ ଦାସ

1 min
270


ହେ ଶତାବ୍ଦୀର ସାହିତ୍ୟ ପୁରୁଷ

ସାହିତ୍ୟର ବିଶ୍ଵକର୍ମା ଅନନ୍ୟ ସ୍ରଷ୍ଟା

ସମାଜକୁ ଦେଇଛ ଅନେକ ବାର୍ତ୍ତା

ଓଡ଼ିଆ ଇଂରାଜୀ ଭାଷାରେ ବୈଦ୍ୟନାଥ

ଭିନ୍ନ ଭିନ୍ନ ସ୍ୱାଦ ଲେଖାର ଗନ୍ତାଘର ତୁମେ

କେତେ ଭ୍ରମଣ କାହାଣୀ କରିଛ ଲେପନ

ଓଡ଼ିଆ ସାହିତ୍ୟର ଇତିହାସ ତୁମେ

ହେ ଯୁଗାନ୍ତକାରୀ ସାହିତ୍ୟ ପୁରୁଷ

ହୋଇଗଲ ଆଜି ଦିବଂଗତ ସ୍ୱର୍ଗତ

ତୁମ ଶୂନ୍ୟ ସ୍ଥାନ ଅପୂରଣୀୟ

ସାହିତ୍ୟ ଜଗତେ ଏକ ଗଭୀର କ୍ଷତ ।।


"ଶେଷ ବସନ୍ତର ଚିଠି"ରେ ସାଜିଲ 

ଯୁଗାନ୍ତକାରୀ "ଶତାବ୍ଦୀ ପୁରୁଷ" 

ଅବୋଲକରାର ବୋଲ ମାନି ତୁମେ

ହୋଇଗଲ ଏକ "ଭିନ୍ନ ମଣିଷ"।।


"ବିଷକନ୍ୟାର କାହାଣୀ" ରଚିଲ

ତୁମ ସୃଷ୍ଟି ପାଇଁ ଥିଲା ଅମୃତ 

"ସମୁଦ୍ରର କ୍ଷୁଧା" ଶାନ୍ତ ହେଲା ପାଇ

ତୁମ ମଧୁର "ଜୀବନର ସ୍ଵାଦ" ।।


"କଥା ଓ କାହାଣୀ" ସୃଷ୍ଟିରେ ତୁମେ

ପାଇଲ କେନ୍ଦ୍ର ସାହିତ୍ୟ ସମ୍ମାନ

"ଅମୃତ ଫଳ" ଉପନ୍ୟାସ ପାଇଁ

ଲଭିଲେ ଶ୍ରେଷ୍ଠ ସରସ୍ୱତୀ ସମ୍ମାନ।।


ସାହିତ୍ୟ ଜଗତେ ଶ୍ରେଷ୍ଠ କଥାକାର 

ନିରବିଲ ତୁମେ ଶବ୍ଦର ସମ୍ରାଟ ଆଜି

ମନରେ ଜିଜ୍ଞାସା ପିପାସୁ ବଢିବ 

ପଢିବାକୁ ସେହି ଅଦ୍ୱିତୀୟ ସୃଷ୍ଟି ରାଜି।।


ପ୍ରାର୍ଥନା ଏତିକି ପ୍ରଭୁ ଜଗନ୍ନାଥ ପାଶେ

କୋଳେଇ ନିଅନ୍ତୁ ମହାଯୋଗୀ ଶ୍ରୀଅରବିନ୍ଦ

ସାହିତ୍ୟ ଆକାଶେ ତୁମେ ଉଜ୍ଜ୍ୱଳ ତାରକା

କାଲି ଝୁରୁଥିବେ ସମଗ୍ର ସାହିତ୍ୟ ସଦସ୍ୟ ବୃନ୍ଦ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational