STORYMIRROR

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

ଦାନ ର ବୃତ୍ତାନ୍ତ

ଦାନ ର ବୃତ୍ତାନ୍ତ

2 mins
235

    ଦାନ ର ବୃତ୍ତାନ୍ତ 

ଏ ମୋର କନ୍ୟା ନୁହେଁ,ଜିବନ

ମୋ ପ୍ରାଣ,ହୃଦୟର ସ୍ପନ୍ଦନ !!!

ମୋ ଘର ବଗିଚାର ଫୁଲ

ଗେଲବସରିଆ,ରାଜ ଜେମା ଠୁ କମ୍ ନୁହେଁ

ତଥାପି କନ୍ୟା ଦାନ ଦେବି, ମୁକ୍ତି ପ୍ରାପ୍ତ ହେବ

କନ୍ୟା ବି ନୂଆ ଜୀବନ ପାଇବ

ନୂଆ ଦୁନିଆ ଦେଖିବ,ସଂସାର ଗଢ଼ିବ

ସଂସାର ମାୟା ଜାଲ ରେ ଛନ୍ଦି ହେବ

ଏକ ଜୀବନ୍ତ ପ୍ରାଣୀକୁ ଦାନ ଦେବି

ତା ର ଖୁସି ପାଇଁ ଖୁସିର ଉପକରଣ ସହିତ

ବିଦାୟ ନୁହେଁ,କନ୍ୟା ଦାନ କରିବି

ସବୁଠୁ କୁଆଡେ଼ ବଡ ପୁଣ୍ୟ ହିଁ କନ୍ୟାଦାନ!!!


କନ୍ୟା ଦାନ ପାଇଁ ପାର୍ଥି ଉପସ୍ଥିତ

ଦାନ ଦେବା ପୂର୍ବରୁ କିଛି କଥା ଅଛି

ଦାନ ଗ୍ରହଣ କରିବା ପାର୍ଥୀ ଙ୍କୁ କହିବାକୁ ହେବ

ଦାନ ଓ ଦାନର ମହିମା

ସଂକ୍ଷେପରେ ଶୁଣିବାକୁ ହେବ

ଏକ ବାପାର ଅନ୍ତରର ଆର୍ତ୍ତ ନାଦ 

ଝିଅ କୁ ନିଜର ଆତ୍ମା ଭାବୁଥିବା ବାପାର କଥା

ଝିଅର ଖୁସି ପାଇଁ ଅଧିକ ସମୟ ବିତେଇଥିବା

ଏକ ଦରଦୀ ବାପାର ହୃଦୟର ଭାଷା

ଏବେ ମନ ଦେଇ ଶୁଣନ୍ତୁ

ଦାନର ବୃତ୍ତାନ୍ତ !!!!


ଦାନ ଦେବା ଓ ନେବା

ପୁରୁଣା ପ୍ରଥା ଏବେ ବି ପ୍ରଚଳିତ

ଇତିହାସ ପୁରାଣ ଓ କିମ୍ବଦନ୍ତୀ

ଭିନ୍ନ ଭିନ୍ନ କାହାଣୀ, ପୁରୁଣା ଓ ନୂଆ

ପରମ୍ପରା ଓ ସାମାଜିକ ଚଳଣି

ସମ୍ମାନର ସହିତ ପାଳନ

ତଥାପି ଦାନର ମହତ୍ତ୍ଵ ବୁଝିବାରେ ଅକ୍ଷମ

ଦାନ ନେଉଥିବା ଭଦ୍ର ମଣିଷ !!!


ଦାତା ଓ ଗ୍ରହୀତା ସମ୍ମତିରେ ଦାନ ବି ଭିନ୍ନ ଭିନ୍ନ

ସାଧାରଣ ବସ୍ତୁ ତୁଳନାରେ

ଜୀବନ ଦାନ ସବୁଠୁ ମହତ୍ତ୍ୱପୂର୍ଣ୍ଣ 

ଜୀବନରେ ଏକ ଆତ୍ମା ଅଛି

ଏକ ଆତ୍ମାକୁ ଦାନ ଦେବା, ମଣିଷର କ୍ଷମତା

ହାସଲ ନ ହେଲେ ବି ମୁକ୍ତି ପାଇଁ ଚିନ୍ତା

ଜୀବନକୁ ନିଜ ହାତରେ ଟେକି ଦେବା

ସବୁଠୁ ପୁରୁଣା ଆଶ୍ଚର୍ଯ୍ୟ !!!


ମୁକ୍ତି ପାଇଁ ବି ଦାନର ଆବଶ୍ୟକତା

ଦୋଷ ଖଣ୍ଡନ ବି ଦାନ ମାଧ୍ୟମରେ

ସାହାଯ୍ୟ ଆଳରେ ବି ଦାନର ଭୂମିକା

ଦାନ ଭିକ୍ଷା ଆଢ଼ୁଆଳେ ସ୍ବାର୍ଥ ହାସଲ

ଦାନ ଓ ଭିକ୍ଷା ବାହାନାରେ ମନ୍ଦ ଉଦ୍ଦେଶ୍ୟ

ଇତିହାସ ପୁରାଣ ରେ ସ୍ପଷ୍ଟ ଲିପିବଦ୍ଧ


ଜ୍ୟୋତିଷ ଶାସ୍ତ୍ରରେ ଦାନର ମହିମା

ଗ୍ରହ ପିଡାରୁ ମୁକ୍ତି ସହିତ ଦୋଷ ଖଣ୍ଡନ

ଭିନ୍ନ ଭିନ୍ନ ଦୋଷକୁ ଭିନ୍ନ ଭିନ୍ନ ଦାନ

ଗାଈ ଠୁ ଆରମ୍ଭ ,ପରେ ପରେ ସବୁ କିଛି

ସୁନା, ଚାଉଳ,ବସ୍ତ୍ର, ଲୁହା,ତେଲ

ପୁଣି ବିଭିନ୍ନ ଡାଲି ଜାତୀୟ ଶସ୍ୟ

ସବୁ ଯୋଗାଡ କରି ଦାନ ଦିଆଯିବ

ଦୋଷ ଖଣ୍ଡନ ହେଲା କି ନାହିଁ,ଜଣା ପଡ଼ିବ ନାହିଁ

କିନ୍ତୁ ଦାନ ନେବା ବ୍ୟକ୍ତିର ମୁହଁରେ ଗମ୍ଭୀର ହସ !!


ଏବେ ଦାନର ରାଜୁତି ବେଶି

ଦାନ ନେଇ ବି ଖୁସି ନାହିଁ

ପର ମୁହୂର୍ତରେ ଦାନ କୁ ନେଇ ଅଶାନ୍ତି

ପୁଣି ମତାନ୍ତର ଓ ବିଶୃଙ୍ଖଳା

ସମାଜରେ ନାଁ ଥିବା ଲୋକ ବି 

ଦାନ ଆଢୁଆଳେ ବିକୃତ ମାନସିକତା


କନ୍ୟା ରତ୍ନ ଏବେ ଆଉ ଅଲୋଡ଼ା ନୁହେଁ

ସବୁ କ୍ଷେତ୍ରରେ ନିଜକୁ ସାବସ୍ତ୍ୟ

ଆତ୍ମନିର୍ଭରଶୀଳ ଓ ପାରଦର୍ଶିତା

ଅପାତ୍ରରେ ଦାନ ଦେବାକୁ ଇଚ୍ଛା ନାହିଁ

ବରଂ ବାପା ଘରେ ହସି ଖେଳି ରହୁ

ବାପାକୁ କନ୍ୟା ଦାନ ର ପୁଣ୍ୟ ନ ମିଳୁ

ବାପାର ଆତ୍ମା,ବଗିଚାର ଫୁଲ

ଘରକୁ ସୁଶୋଭିତ କରୁ

ଦାନ ନାଁ ରେ କଳଙ୍କ ନ ଲାଗୁ

ଜୀବନ ଥିବା କନ୍ୟା ନିର୍ଜୀବ ବସ୍ତୂ ନ ହେଉ

ବାପା ର ପରୀ,ପରୀ ହୋଇ ରହୁ

ଏହା,କନ୍ୟା ଦାନ ଦେବାକୁ ଇଚ୍ଛୁକ ବାପାର କଥା

ହୃଦୟର ସହିତ ବିଚାର ଏକାନ୍ତ କାମ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational