STORYMIRROR

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ଦାମ୍ପତ୍ୟ

ଦାମ୍ପତ୍ୟ

1 min
13.7K


ଦାମ୍ପତ୍ୟ ନୁହଁଇ ଭୋଗ ଓ ବିଳାସ

ପତିପତ୍ନୀଙ୍କର ସାଧନ କର୍ମ

ପ୍ରଷ୍ପୁଟିତ ହୁଏ ପଉରୁଷପଣ

ସମାହିତ ହୁଏ ସ୍ଵକୀୟ ଧର୍ମ

ସ୍ଵଧର୍ମ ପାଳନ ପ୍ରତି ପକ୍ଷ ବେନି

ଏକାକାର ହୋଇ ସାଧିଲେ କାର୍ଯ୍ୟ

ନବାଗତ ପାଇଁ ଗୁରୁକୁଳ ସମ

ଆଦର୍ଶବାଦର ହୋଇବ ଧାର୍ଯ୍ୟ l

ପରିବାର ଏକ କାଠର ଶଗଡ

ପତିପତ୍ନୀ ବେନି ଚକ ସମ୍ଭାର

ସ୍ଵଗୁଣ ଆଦରି ଗଡ଼ାଇ ନିଅନ୍ତି l

ସ୍ଵପରିବାରର ଯାବନ୍ତ ଭାର

ଅଖ ସହ ଚକ ଗଡାଇ ସୁଶୀଲେ

ଭରିଥିଲେ ସଦା ସଂସ୍କାର କାଳି

କାଳି ଅଭାବରେ ଘର୍ଷଣ ବଢାଇ

ସ୍ରୁଷ୍ଟି କରେ ସଦା ଶବଦ କାଳି

ଘର୍ଷଣ ଶବଦ ହୁଏ ଶ୍ରୁତି କଟୁ

ବାଇରତା ବଢେ ବେକକୁ ବେଳ

ଅଖ ତ ସରଇ ଚକ ବି ସରାଇ

ଶେଷ ପରିଣତି ସୃଷ୍ଟି ଅନଳ

ସୁଖ ଦୁଃଖ ସହ ଭାଗୀ ହେଉଥିବା

ନଦେବା କା ମନେ ଶକ୍ତ ଆଘାତ

ଆଘାତର କ୍ଷତ ସଂପର୍କରେ ତିକ୍ତ

ଗଢି ଦିଏ ଦୃଢ଼ ବିଚ୍ଛେଦ କାନ୍ଥ

ସୁନାର ସଂସାର ହୁଏ ସତେ ପର

ମାନସିକ ଚାପ ଦିଏ ବଢାଇ

ଅହଙ୍କାର ଶତ୍ରୁ ଅଟ୍ଟହାସ କରି

ଜ୍ଞାନ ବିବେକରୁ ରଖେ ଦୂରେଇ

ଅନୁତାପ ଅଗ୍ନି ଜାଳି ଜାଳି ଦିନେ

ଲିଭି ଯାଏ ତାର ଜୀବନ ଦୀପ

ପରପିଢି ପାଇଁ ଭୋଗିବାକୁ ପଡ଼େ

ପୂର୍ବଜଙ୍କ କର୍ମର ଅଭିଶାପ

ସଂସାରରେ ଯେତେ ଦମ୍ପତ୍ତିଙ୍କୁ

ମୋର ଜୋଡ଼ହସ୍ତେ କରେ ଏହି ବିନତି

ସ୍ଵଧର୍ମ ଆଚରି କରୁଥିବା କର୍ମ

ପରସ୍ପର ପ୍ରତି ବଢାଇ ପ୍ରୀତି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational