STORYMIRROR

Bijay Prusty

Romance

3  

Bijay Prusty

Romance

ଚଉରା ମୂଳରେ ଶୀତ

ଚଉରା ମୂଳରେ ଶୀତ

1 min
193


କାକର ଛୁଇଁଲା ମାଟିର ଦେହକୁ

ଶୀତେଇ ଉଠିଲା ଦେହ

ମହ ମହ ହୋଇ ବାସିଲା ସକାଳ

ଜାଗିଲା ପୀରତି ମୋହ I

ଶୀତଳ ପବନ ତୋ ଦେହରେ ବାଜି

ମୋ ଦେହକୁ ଛୁଇଁ ଯାଏ

କୁହୁଡି ଓଢଣା ଢାଙ୍କେ ତୋର ମୁହଁ

କାକରେ ମୁଁ ଓଦା ହୁଏ I

କାର୍ତ୍ତିକ ମାସର ଚଉରା ମୂଳରେ

ବୟସ ମାରୁଛି ହାଇ

କୁହୁଡି ଆଡେଇ ଜହ୍ନକୁ ଡାକିଲି

ଟିକେ ବି ଚାହିଁଲା ନାହିଁ I

ଗଡିଗଲା ପାଣି ତଳକୁ ତଳକୁ

ହାତକୁ ଫେରେନି ଆଉ

ହଜିଗଲା ଦିନ ଲେଉଟିବ ନାହିଁ

ସ୍ମୃତି ହୋଇ ରହିଥାଉ I

       


Rate this content
Log in

Similar oriya poem from Romance