STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-74

ଚଉପଦୀ ଧର୍ମୀୟ-74

1 min
325

ଚଉପଦୀ

ଭାଗ (74)

ରାଗ – କାମୋଦୀ - ଝୁଲା

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କୃଷ୍ଣଚନ୍ଦ୍ର, ବନକୁ ନ ଯିବୁ ରେ ଧନକୁ ମାଗୁଛି ଏତେ

ଦେଖିଲି ପାପ ସପନ ଆଜ ଅଜଗର ଗିଳୁଥିଲା ତୋତେ (ପଦ)

ବରତନ କରି ଜଗାଅ ବାଛୁରୀ ଘରଧନ ସବୁ ଦେଇ

କର ଧରିକରି ମାଗୁଛି ମୁଁ ତୋତେ ଏ ପୁରୁ ନ ଯିବୁ କାହିଁ (1)

ବତା କେଉଁକଥା ଦେଇନାହିଁ ଧାତା କି ନାହିଁ ନନ୍ଦ ସଦନେ

ଦୁଃଖୀର ସଙ୍ଖାଳି ଦୁଃଖୀ ପରା ହୋଇ ବୁଲିବୁ ଘୋର କାନନେ (2)

କାଢିବ ପୁରୁଣା ଧନ ତା’ ସରିଲେ ବାଢିବ ଦଧି ପସରା

ତେଜିବି ନାହିଁ ମୋ ଆଖି ପାଖୁ ତୋତେ ତୁ ମୋର ଦୁଃଖ - ପାସୋରା (3)

ଲଜ୍ଜା ଘରାନ୍ତରେ ଥିବାର ଲୋକର ମଜ୍ଜାରେ ଅଳପ ଭୀତି

ହଜାରେ ଲୋକ ଥିଲେ ହେଲେ ଆମ୍ଭର ବଜାରେ ବିକିବା ଜାତି (4)

ପୋଡିଯାଉ ପଛେ ଏ ଘର ସମ୍ପତ୍ତି ପୋଡୁ ଏ ପାପ ସଦନ

ଭଣେ ରାମଟନ୍ଦ୍ରଦେବ ଛୋଟରାୟ ତୁ ସିନା ମୋ ସର୍ବଧନ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics