STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-4)

ଚଉପଦୀ(ଧର୍ମୀୟ-4)

1 min
268


ଚଉପଦୀ

ଭାଗ (4)

ରାଗ ମୁଖାରୀ, ତାଳ ଆଠତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଅନା ଅନା ରେ ମୋତେ , ବସୁଧାକୁ ଅନା ଅନା ରେ

କେଉଁ ଖଳଜନ କହିଛିକି ମନମୋହନା କିଛି ମୋହ ନାଁ ରେ (ପଦ)

ଖଳଭାଷିତଳୁ,ସରସ ଚିତ୍ତକୁ, ଆଣିବୁନାହିଁ ନବୀନା ରେ

ଘେନ ତ କ୍ଷିତିରେ କେରସେ ରୀତିରେ ସୁନ୍ଦର କୁନ୍ଦନ ବିନାରେ (1)

ମୋ ଅଙ୍କ ପର୍ଯ୍ୟଙ୍କ ଛାଡି ହରିଣାଙ୍କ ବଦନା ତଳେ ବସନାରେ

ଇନ୍ଦୁକରକାନ୍ତି ପଟଳୀନିନ୍ଦକ କୁନ୍ଦକଳିକାଦଶନା ରେ (2)

ଆଳିଏ ଥିବାରେ ଚାଳିଦେଲି ଯାହା ଦଶନାମ୍ବରେ ରସନା ରେ

କ୍ଷିତିକି କରଜେ ମୋ ବନ୍ଧୁ ଚିରୁ ଯେ ଏତିକି ମୋ ଦୋଷ ସିନା ରେ(3)

ପରଖି ଦେବାର ଦୋଷୀକି ସୁନ୍ଦର ନ ରଖି ମନେ କୁହନାରେ,

ଅସ୍ତକରି ବୃଥା ସଉଭାଗ୍ୟ କଥା ମସ୍ତକ ପୋତି ରହନା ରେ (4)

ଆଦର ଚାଦର ପରି ପରିଜନେ ଆଦର ଉଣା କରନାରେ,

କମ୍ପ କଉତୁକ ଝଲକା ମଣ୍ଡନା ଚମ୍ପକ ବର ବରନାରେ (5)

ହରି ଚାଟୁ ଘେନି ହେଲେ ଅମାନିନୀ ପରିଣତ ଚନ୍ଦ୍ରାନନା ରେ

ଅଷ୍ଟଦୁର୍ଗଲେଖଘାଧିପ ହେଲେ ଲେଖା ତୁଷ୍ଟ ପ୍ରମୁଦିତମନା ରେ (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics