STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (87)

ଚଉପଦୀ (87)

1 min
272


(ରାଗ -ସାବେରି)

ନାହିଁ ତୋହର ସମାନ ମୋହ ରସ ସ୍ଥାନ

ବନ୍ଧୁ ମୋହର ସମାନ (0)

ତୋ କେଶକୁ ଅତି ପରବଳ ପର ମଣି,

ଜିଣି ନପାରିବେ କେବେ ବଳପ ରମଣୀ (1)

ଚନ୍ଦ୍ରର ତୋ ମୁଖ ଦେଖି ସାର ସରିଗଲା

କଣ୍ଟକରେ ବିଦ୍ଧହେଲା ସାଗସର ଗଳା (2)

ଜାଣିଥିବ ଯେବା ଅକପଟ ନୟ ନର

ତୁଳା ନାହି ବୋଲିବ ନିପଟ ନୟନ ର (3)

ଧନ କି ଜିଣିବୁ ଘନସାରକୁ ହାସ ରେ

ଏ ସଂସାରୁ କୁନ୍ଦ ପ୍ରଶଂସାର କୁହା ସରେ (4)

ଘେନୁଛି ମୁଁ ମନେ ଏହା ସୁଗଜ ଗତି ରେ

ଝଷଧ୍ୱଜର ଆଶୁଗ ତୁ କି ଜଗତୀରେ ? (5)

ତୋ ଗଣ୍ଡକୁ ଅନାଇଲେ ଆଦରଶ ହିତେ

ଘେନାଯାଏ ନାହିଁ ମଜ୍ଜା ଆଦର ସହିତେ (6)

ଜଗଦ୍ଦେବ ବୋଲେ ଧନ୍ୟ ନବ ସରସା ରେ

ମଣ୍ଡିଥା ମୋଅଙ୍କ, ଖସି ନବସ ରସା ରେ (7)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics