STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (83)

ଚଉପଦୀ (83)

1 min
227

ଚଉପଦୀ

(83)

ରାଗ କାଳହଁସ କେଦାର ଝୁଲା

ନାଗେନ୍ଦ୍ରଗତି ଆହା ଘନ ଜଘନା

ନାରିକେଳରୁ ଚାରୁ ପୃଥୁଳ ସ୍ତନା (ଘୋଷା)

ନାଟ ମଞ୍ଜୁଳ ଖଞ୍ଜରୀଟ ମୟନା

ନୀଳ ନାରୀଙ୍କ ରୂପେ ଯାହାଙ୍କ ବାନା (1)

ନାସେ ମଣ୍ଡିତ ନାସାତିକ ପ୍ରସୁନା

ନାରୀନିବହ ରୀତି ବିଶୁଦ୍ଧ ସୁନା (2)

ନାୟିକା ଶିରୋମଣି ବରବରନା

ନାହିଁ ତା ଅଙ୍ଗତୁଲ୍ୟ ମୃଦୁ ସୁମନା (3)

ନାଥ ନଥିଲେ ଯଥା ଦିଗ ଅଙ୍ଗନା

ନାଗରୀନ୍ଦ୍ର ମୋ ତଥା ହେଲା ବିଶନା (4)

ନାଲିକ ଦଳେ କରି ତଳ୍ପ କଳ୍ପନା

ନାନା ଉପାୟଆଳି କରିବେ ସିନା (5)

ନାଡି ଓହରି ହୋଇ ଜୀବନ କ୍ଷୀନ୍ନା

ନାଦ ପିକର ଯହିଁ ଜୀବନଘେନା (6)

ନାସ୍ତିକ ସ୍ୱର ମୋର ଅଶ୍ଳେଷ ବିନା

ନାଶ ନ ଯିବ ନିକି ସତେ ନବୀନା (7)

ନାରାଚ ମାରି ହରିବାରୁ ଚେତନା

ନାସା ପୁଟକୁ ଚାହିଁ ଥିବେ ଲଳନା (8)

ନାହକ ଅନୁଭବ କଲା ନୂତନା

ନାଖରା ଦଶା ହେତୁ ଦୁଃଖ ବେଦନା (9)

ନାପୁସି ତୁଳେ ହୁଏ ବୋଲି ବଚିନା

ନାଦାର ହୁଏ ଜଗଦ୍ଦେବ ଚେତନା (10)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics