STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (75)

ଚଉପଦୀ (75)

1 min
393


ରାଗ ଆଶାବରୀ ଆଡତାଳି

ଧନ, କେମନ୍ତେ ମୁର୍ଛିବିରେ ମନରୁ ନଗଲୁ କ୍ଷଣେ

ଶୟନେ ସ୍ୱପନେ ଦିଶିଲୁ ମୟନେ ଜଡିଲୁ ତୁ ଅନୁକ୍ଷଣେ (ଘୋଷା)

ତୋରୁପପଟରେ ଲେଖି ଉରପରେ ନରଖିଲେ ନିଦ୍ରା ନୋହେ

ଲଭିବାରୁ ଆନ ଆରେ ଜୀବଧନ, ନ ଯାଇ ଏ ଦେହ ସହେ (1)

ଝାସଦେବି ଯାଇ ଗଙ୍ଗାସାଗରରେ ଏ ଜନ୍ମେ ଭେଟ ନୋହିଲେ

ଦାସ ହୋଇଲେ ତ ବାସବ ପଣକୁ ବାଞ୍ଛା ନାହିଁ ମୋର ତିଳେ (2)

ବସିଲେ ବସିବ ଅପବାଦ ହାଟ ହସିଲେ ହସିବେ ଲୋକେ

ନାଶିଲେ ନାଶିବେ ସକଳ ସମ୍ପତି ଭାସିଲେ ଭାସିବି ଶୋକେ (3)

ହେବ ଶିରଚ୍ଛେଦ ନୋହିବ ବିଚ୍ଛେଦ ଏହି ଚିନ୍ତା ଅନୁକ୍ଷଣ

କ୍ଷୋଭ ହେଉଥିଲେ ଲୋଭ ବଢୁଥାଇ ଚାହୁଁ ଚାହୁଁ ଶତଗୁଣ (4)

ବାମ ହେଲେ ହେବ ଗୁରୁ ଗୁରୁଜନ ମୂର୍ଚ୍ଛିବା ପଦାର୍ଥ ନୋହୁ

ବୋଲେ ଜଗଦ୍ଦେବ ଶ୍ରୀ ହରିଚନ୍ଦନ କି ଦୁଃଖ ଦେବ ସେ ଦେଉ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics