STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (70)

ଚଉପଦୀ (70)

1 min
299


ତୋ ସରସ ପଣେ ଜଣେ

ନାହିଁ ନାହିଁ ଆଉ ରେ(0)

ଲଜ୍ଜାରେ ମୋର ପ୍ରସଙ୍ଗ

ବାକ୍ୟେ ନ ପକାଉ ରେ

ମଜ୍ଜାରେ ମୋ ଅନୁଧ୍ୟାନେ ଅଙ୍ଗ ଫୁଲୁକାଉ ରେ (1)

ମିତ ମୋ ନାମକୁ କଳ ପିତ ଗୀତ ଗାଉ ରେ

ଶଙ୍କି ପ୍ରିୟ ସଖୀ ନାମ ଅଙ୍କିତ ଲଗାଉ ରେ (2)

ସୁଚାରୁ ଚାହାଣୀ ଛଟା ମୋ ମୁଖେ ନଚାଉ ରେ

ମୁଁ ଚାହିଁଲେ କୁଚାଚଳେ ଶ୍ରୀମୁଖ ଲୁଚାଉ ରେ (3)

ସ୍ମର ନରତନେ ଯେବେ ମାନସ ମଜ୍ଜାର ରେ

କେତେ ରସେ ମୋତେ ପ୍ରାଣ ଧନସମଜାଉ ରେ (4)

ପଣ୍ଡିତ ପଦ ମଣ୍ଡନ, ଡଣ୍ଡିମ ବଜାଉ ରେ

ଧିରେ ମୋ ଅରାତି ଛାତି କରତାଇ ଯାଉ ରେ (5)

ରଦ କ୍ଷତୁ ମୁଁ ତୋ ଓଷ୍ଠ ବଂଚାଇ ବଂଚାଉ ରେ

ମଦ ଗଜଗତି ଶ୍ରୁତି ଉତ୍କଳ ବଞ୍ଚାଉ ରେ (6)

ନ ବାଧିବାକୁ ମନ୍ନଥ କରବାଳ ଦାଉରେ

ମୋ ବଳ କେବଳ ତୋର ନିତମ୍ବ ବଦାଉ ରେ (7)

ଜଗଦ୍ଦେବ ଭାଷେ ତୋର ସଙ୍ଗସୁଖ ପାଉ ରେ

ହୀରକ ଦଶନା ମୋର ଚିରକାଳ ଯାଉ ରେ (8)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics