STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (123)

ଚଉପଦୀ (123)

1 min
335

ଚଉପଦୀ

(123)

ରାଗ ଭୂପାଳ ଏକତାଳି

ମଦନ ମୋହନ ମନ୍ତର ତୋର ଭଙ୍ଗୀ

ଆରେ ପ୍ରାଣସଙ୍ଗୀ (ଘୋଷା)

କୃପାରେ ମାନସ ରଖାଇଲୁ, ଭୂଜେ ଭୁଜବନ୍ଧା ଶିଖାଇଲୁ,

ଅଳପ ଅଳପ ବଞ୍ଚାଇଣ ବିମ୍ବ ଅଧରରୁ ମଧୁ ଚଖାଇଲୁ (1)

ବ୍ରହ୍ମଜ୍ଞାନୀ ଯୋଗୀ ଯୋଗଭୁଲା, ତିଳସୁମନସ ନାସାଫୁଲା,

ପଦ ପଦକରେ ଯାଚି ହେଉଥାଏ ଶକପଦ ମଣିନଥ ଝୁଲା (2)

ସନ୍ତାପସରିତ ଶୁଖାଇଲୁ, କରେ ପୟୋଧର ରଖାଇଲୁ,

ହେମ ପଶାସାର ପଲ୍ଲବପାଲିରେ ପଚାଇବା ରୀତି ଶିଖାଇଲୁ (3)

ଅଷ୍ଟଦୁର୍ଗପତି ଭାବେ ଭୋଳେ,ଚକ୍ରବର୍ତ୍ତୀ କଲୁ ଯୁବାକୁଳେ,

ଦାନୀହୋଇ ଅଲ୍ପମାନୀ ହେଲୁ କାନିପଣନ୍ତେ ପବନ ଯେତେବେଳେ (4)

କବିସୂର୍ଯ୍ୟ ବଳଦେବ ରଥ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics