STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଚୁପ୍ ଚାପ୍ ଝିଅ

ଚୁପ୍ ଚାପ୍ ଝିଅ

1 min
151


     

  ଚୁପ୍ ଚାପ୍ ଝିଅଟାଯେ ଏତେ ଗପି ପାରେ !

  ଜଣିଲି ମୁଁ ତା ସାଥିରେ କଥା ହେବାପରେ .


   ତା ପାଖକୁ ଟାଣିନେଲା ନୀରବତା ତାର

   ତା ପାଖରେ ବଖାଣିଲି ପରିଚୟ ମୋର

   ଲାଜ ଲାଜ ଭୟ ମିଶା ତା ଓଠର ହସ

   ମନକୁ ମୋ କରିଦେଲା ବିଶ୍ବାସରେ ବସ

   ଅଜଣାତେ ଝୁମିଗଲୁ ପିରତି ନିଶାରେ ...


   ନଥିଲେ ବି କଥା କିଛି କଥା ହେଉ ବସି

   କଥାରେତା ଭରିଥାଏ ମିଠା ହସ ବେଶି

   ଅଲୁରା ଖିଅ ରୁ ଆମେ ଖିଅ ଖୋଜିଖୋଜି

   ମେଘ ରଜା ରାଇଜରେ ଯାଉ ସତେ ହଜି   

କଥା ଆମ ସରେ ନାହିଁ ବେଳ ପଛେ ସରେ 

 

  ଆମ କଥା ସାଇତିଲେ ହୋଇଯିବ ପୋଥି

  ପ୍ରେମର ପୂରାଣ ସେତ ପିରତିର ଗୀତି

  ଭଲ ପାଇବାର ଭାଷା ଅବୁଝା ଗଣିତ 

  ଦିଗହଜା ସାଗରରେ ପଥହଜା ପୋତ

  କୂଳ ଖୋଜୁଖୋଜୁ ଲାଗେ ଅଜଣା ଦୀପରେ 

   ଚୁପ୍ ଚାପ୍ ଝିଅଟାଯେ ଏତେ ଗପି ପାରେ !

   

   

    

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance