STORYMIRROR

Jayashree Maharana

Romance

2  

Jayashree Maharana

Romance

ଚନ୍ଦ୍ରମାମୁଖୀ

ଚନ୍ଦ୍ରମାମୁଖୀ

1 min
146

ଆଗୋ ମୋ ସଖି 

ଚନ୍ଦ୍ରମା ମୁଖୀ

କରନା ଜମା ମାନ

ଫଗୁଣେ ମନ 

ଉଛନ୍ନ ପ୍ରାଣ

ଆସିବ ଦେଲି ରାଣ


କୋକିଳ ତାନ

ବଂଶୀର ସ୍ଵନ

ଶୁଭୁନି କିବା ଆଜ

ବକୁଳ ବନ

ଲାଗୁଛି ଶୂନ୍ୟ

ତୁଟାଇ ଦିଅ ଲାଜ


ଯମୁନା ଜଳ 

କଦମ୍ବ ମୂଳ

ଝୁରୁଛି ତୁମ ସ୍ପର୍ଶ

ଅବିର ଖେଳ

ରଙ୍ଗର ମେଳ

ଅଧୁରା ପ୍ରୀତି ରାସ



ଗୋପୀଙ୍କ ପାଦ

ନୃତ୍ୟରେ ଛନ୍ଦ

ତୁମର ଦେଖା ନାହିଁ

ହୃଦୟେ ରୁଦ୍ଧ

ପ୍ରେମର ଶବ୍ଦ

ଶୁଣୁନ ପ୍ରିୟା କାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance