STORYMIRROR

Bela Bhumi

Romance

2  

Bela Bhumi

Romance

ଚମ୍ପକ ପାଦପେ ହେମ କଳିକା

ଚମ୍ପକ ପାଦପେ ହେମ କଳିକା

1 min
4.1K


ଚମ୍ପକ ପାଦପେ ହେମ କଳିକା,

ମନେ ହୁଏ ଯେହ୍ନେ ମଳୟ ସଖା,

ଅଙ୍ଗେ ଅଙ୍ଗେ ଆଜ ଦୀପକ ରାଗିଣୀ

ମଦନ ଜଳାଏ ପ୍ରଦୀପ ଶିଖା !

ଅଙ୍ଗୁଳି କମ୍ପନେ ମଧୁ ଝଙ୍କାର,

ଅଭିସାର ସାଥେ ରଚେ ଶୃଙ୍ଗାର,

ରୁଣୁଝୁଣୁ ଶୁଭେ ନୂପୁର ଗୁଞ୍ଜନ

ମଦାଳସୀ ପ୍ରିୟା କରେ ବିହାର !

ଆଗୋକୁରଙ୍ଗଗାମିନୀ ଚନ୍ଦ୍ର ବଦନା

ଚାରୁ ହାସ୍ୟମୟୀ ସରମୀ ଲତା

ହୃଦୟରେ ଥରେ ପଦ ଥାପିଦିଅ

ମେଣ୍ଟିଯାଉ ମୋର ବିରହ ବ୍ୟଥା।


ତପନ ଦୀକ୍ଷିତ(ବେଳା ଭୂମି) ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance