ଚମ୍ପକ ପାଦପେ ହେମ କଳିକା
ଚମ୍ପକ ପାଦପେ ହେମ କଳିକା
ଚମ୍ପକ ପାଦପେ ହେମ କଳିକା,
ମନେ ହୁଏ ଯେହ୍ନେ ମଳୟ ସଖା,
ଅଙ୍ଗେ ଅଙ୍ଗେ ଆଜ ଦୀପକ ରାଗିଣୀ
ମଦନ ଜଳାଏ ପ୍ରଦୀପ ଶିଖା !
ଅଙ୍ଗୁଳି କମ୍ପନେ ମଧୁ ଝଙ୍କାର,
ଅଭିସାର ସାଥେ ରଚେ ଶୃଙ୍ଗାର,
ରୁଣୁଝୁଣୁ ଶୁଭେ ନୂପୁର ଗୁଞ୍ଜନ
ମଦାଳସୀ ପ୍ରିୟା କରେ ବିହାର !
ଆଗୋକୁରଙ୍ଗଗାମିନୀ ଚନ୍ଦ୍ର ବଦନା
ଚାରୁ ହାସ୍ୟମୟୀ ସରମୀ ଲତା
ହୃଦୟରେ ଥରେ ପଦ ଥାପିଦିଅ
ମେଣ୍ଟିଯାଉ ମୋର ବିରହ ବ୍ୟଥା।
ତପନ ଦୀକ୍ଷିତ(ବେଳା ଭୂମି) ନାଶିକେଶ୍ୱର, କାକଟପୁର, ପୁରୀ

