STORYMIRROR

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ଚକାନୟନ

ଚକାନୟନ

1 min
14K


ଜ୍ଞାନ ଯଦି ହୁଏ ସପତ ସାଗର

ମୋ ଜ୍ଞାନ ବିନ୍ଦୁ ଠୁ ହୀନ

ସେହି ସ୍ୱଳ୍ପ ଜ୍ଞାନ ଏତିକି କହୁଛି

ସତ୍ୟ ସେ ଚକାନୟନ

ଯିଏ ଦିଏ ହସ ଯିଏ ଦିଏ କାନ୍ଦ

ଯେ ବୁଝେ ସଭିଙ୍କ ମନ

ମୋର ସ୍ୱଳ୍ପ ଜ୍ଞାନ ଏତିକି କହୁଛି

ସେ ଏକା ଚକାନୟନ

ମୋର ସ୍ୱଳ୍ପ ଜ୍ଞାନ ଏହା ବି କହୁଛି

ସତ୍ୟ ସ୍ନେହ ଆଉ ପ୍ରେମ

ଖୋଲା ହୃଦୟରେ ତାହା ମୁଁ ଦେଉଛି

ସାକ୍ଷୀ ମୋ ଚକାନୟନ

ଚିତ୍ତରଞ୍ଜନ ଲେଙ୍କା

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational