STORYMIRROR

Amaresh Kumar Hanuman

Tragedy

3  

Amaresh Kumar Hanuman

Tragedy

ଚକ ଗଡେ ବିନା ଅଖ

ଚକ ଗଡେ ବିନା ଅଖ

1 min
181

ଏ ଜୀବନ ସାଗର ରେ, ନାହିଁ ଖାଲି ସୁଖ ;

ସୁଖ ସାଙ୍ଗେ ସମାହାର, ତହିଁ ଟିକେ ଦୁଃଖ ;

ସୁଖଠୁ ଅଧିକ ଦୁଃଖ, କାହା ସେ ପରଖ ?

ସେ 'ଗରୀବ' ସବୁ ସୁଖ, ବିଳାସୁ ବିମୁଖ । (୧)


ଖାଇବାକୁ କିଛି ପ୍ରାୟ, ଥାଏନା ତା ପାଖ ;

ପିଲା କାନ୍ଦୁଥିବେ ଥାଇ, ଯା'ର ଦୁଇ କାଖ ;

ପେଟ ପାଇଁ ଖୋଜେ ବନେ, କାଠ ଝୁଣା ଲାଖ ;

ଲୁହ ବହିଯିବ ଯଦି, ଦେଖିବ ତା' ମୁଖ । (୨)


ଗରୀବର ଖାଇବା ତା', ଘରେ ଥରେ ଚାଖ ;

ପାଖେ ରହି ତା'ର ଦୁଃଖେ, ସୁଖ ଯେ ନିରେଖ ;

କେମିତିକା ଜୀବନ ସେ, ଜିଇଁ ଥରେ ଦେଖ ;

ଜଟିଳତା ପରିପୂର୍ଣ, ନୁହେଁ ତ ସଳଖ । (୩)


ମଣିଷ କି ପ୍ରାଣୀ ମଧ୍ୟେ, ସବୁଠୁଁ ପ୍ରମୁଖ ?

ଗରୀବ ଜୀବନ ଚକ, ଗଡେ ବିନା ଅଖ ;

ଜୀବନ ର ମାନେ ଯେବେ, ଗରୀବଠୁଁ ଶିଖ ;

ହୃଦୟ ଫଳକେ ତୁମେ, "ମୁଁ ଗରୀବ" ଲେଖ । (୪)



Rate this content
Log in

Similar oriya poem from Tragedy