STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଚିଠି

ଚିଠି

1 min
225


ମାନନୀୟ ଜଗନ୍ନାଥ 

ପ୍ରଣିପାତ ଘେନାକର 

ମାଣିକ ମୁଁ ଲେଖୁଛି ଚିଠି 

ଅପେକ୍ଷାରେ ଥିଲି ଅଛି ଥିବି ତୁମର 

କଳ୍କୀ ଅବତାରେ ଆସିବକି ପ୍ରଭୁ 

କରିବାକୁ କରୋନାକୁ ଛାରଖାର?? 

ବସା ଦହି ଧରି କରୁଛି ଗୁହାରୀ 

ଆସ ଆସ ଅବତାରୀ ଠାକୁର 

ଭାବିବନି ଲୋଭରେ ଡାକୁଛି ଥରକୁଥର 

ଦେଖିବାକୁ ତୁମକୁ ବେନି ନେତ୍ରର 

ଡାକୁଛି ମଣିମା ମଣିମା 

ରକ୍ଷାକର ତୁମ ହାତ ଗଢ଼ା ସଂସାର 

ନାହିଁ ମୋର ଲୋଭ 

ଅଛି କି ନା ଯୋଗ 

ଦେଖିବି ଆଉ ଥରେ ରୂପ ତୁମର 

ଦହିନେବ ମୋ ଠାରୁ ହେ କୃପାବର 

ଗୀରିଷମ କାଳ 

ବାହୁଥିବ ଝାଳ 

ପୋଛି ମୁଁ ଦିଅନ୍ତି ପାତି ଅଞ୍ଚଳ 

ମାଆ ପରା ଅଟେ ମୁଁ ତୁମର 

ନହେଲେ କି ଦେଖିଥାନ୍ତି ରୂପ ତୁମଦୁହିଁଙ୍କର

ଆସ ପୃଥିବୀ କୁ କରୋନା କବଳୁରକ୍ଷାକର

ରହିଲି ଅପେକ୍ଷାରେ 

          ଇତି 

            ମାଣିକ ତୁମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational