STORYMIRROR

KRUTIBAS NAYAK

Tragedy Inspirational

4  

KRUTIBAS NAYAK

Tragedy Inspirational

ଚିତ୍ର ଚରିତ - 53 କବିତା: କବି-ଲେଖକ-କଳାକାର

ଚିତ୍ର ଚରିତ - 53 କବିତା: କବି-ଲେଖକ-କଳାକାର

1 min
166

କବି-କଳାକାର ସାହିତ୍ୟ ସେବକ ସମାଜର ସଂସ୍କାରକ,

ନପାଇ ମଜୁରି ଦିଅନ୍ତି ଅନେକ ଈଶ୍ଵରଙ୍କ ପାଖଲୋକ |


ଯନ୍ତ୍ରୀ-ମନ୍ତ୍ରୀ ବୃତ୍ତିଧାରୀ ବୁଦ୍ଧିଜୀବୀ ଓକିଲ ଡାକ୍ତର କୁହ,

କଲମ ଛୁଇଁଲେ କାଗଜ କାଢିଲେ କହନ୍ତି-ପଇସା ଥୁଅ |


ଫାଇଲ ଖୋଲିଲେ କିରାଣୀ କହୁଛି-ଖର୍ଚ୍ଚା ଟିକେ ବେଶି ଦେବ,

ଅଫିସର କହେ-ଆଜି ସଞ୍ଜବେଳେ ଘରକୁ ଟିକେ ଆସିବ |


ମୂଲିଆ ମଜୁରୀ ବଢିବଢି ଯାଏ କଥା କହିଲେ ପଇସା,

ଦୀକ୍ଷାଦେବା ନାମେ ଧନ ଠକିନେବା ଠକବାବାଙ୍କ ବେଉସା |


କଳାକାର ଶିଳ୍ପୀ ଖଟିଖଟି ମରେ ତାଳିମାରୁ ତାଙ୍କପାଇଁ,

ସମସ୍ତଙ୍କ ପାଇଁ ଧନ ଲୋଡ଼ା ସିନା କବି ମରେ ଖଡ଼ାଖାଇ |


ଲେଖିବା ଛାପିବ ମାଗଣା ବାଣ୍ଟିବ ଲେଖକ ତା' ଜମି ବିକି,

କଳାକାରଟିଏ କଳଙ୍କ ମାଖିବ ଦୋକାନରୁ ଖାଇ ବାକି |


ଧନ୍ୟ ଏ' ସମାଜ ଧନ୍ୟ ଏ' ବ୍ୟବସ୍ଥା ଧନ୍ୟ ଆମର ଜନତା,

ଯିଏ ଆମପାଇଁ ଲେଖୁଛି ଭାବୁଛି ନାହିଁ ତା'ର ଛତା-ଜୋତା |



Rate this content
Log in

Similar oriya poem from Tragedy