STORYMIRROR

Kalpana Kumari Pradhan

Children

3  

Kalpana Kumari Pradhan

Children

ଚିଙ୍ଗୁଡ଼ି

ଚିଙ୍ଗୁଡ଼ି

1 min
238

ପୁଷି ମାଉସୀ ରହିଛି ଚାହିଁ

  ମଉସା କାହିଁ ଆସିଲେ ନାହିଁ l

କେବେଠୁଁ ହେଇନି ଚିଙ୍ଗୁଡ଼ି ଝୋଳ

  ଭାବିଲେ ବହୁଛି ଜିଭରୁ ଲାଳ l


ମଉସା ଗଲେଣି ସକାଳୁ ଉଠି

  ହାତରେ ଧରି ଲମ୍ବା ଲାଠି l

ନିରେଖି ଚାହିଁଛି ଗଡିଆ ପାସେ 

   ମନ ଚଞ୍ଚଳ ଚିଙ୍ଗୁଡ଼ି ଆସେ l


ମଉସା ହାତ ଥରାଇ ଦେଲା

   ବନିଶୀ କଣ୍ଟାରେ କି ଚିଙ୍ଗୁଡ଼ି ଲାଗିଲା l

କୌତୂହଳେ ଯେବେ ଆଣିଲେ ଟାଣି

   ଚିଙ୍ଗୁଡ଼ି ନୁହେଁ ସେ କଙ୍କଡା ରାଣୀ l


ମଉସାଙ୍କ ନିଶ ଧରିଲା ଟାଣି

   ମୁଣ୍ଡ ଘୁରାଇଲା ତା କଥା ଶୁଣି l

କେତେଦିନେ ତୁହି ପଡ଼ିଛୁ ହାତେ

  ମନେ କି ସାମାନ୍ୟ ଭାବିଛୁ ମୋତେ l


କଙ୍କଡାର ଦାଉ ସହି ନପାରି

  ମଉସା ଚାଲିଲେ ଜୀବନ ଧରି l

ମଉସାଙ୍କ ଛିଣ୍ଡା ନିଶକୁ ଦେଖି

  ପୁଷି ଚାହିଁଲା ଫୁଲାଇ ଆଖି l


ଚିଙ୍ଗୁଡ଼ି ଝୋଳ ସପନ ହେଲା

 ବଳିଗଲା ତାଠୁଁ ଭୋକର ଜ୍ୱାଳା l



Rate this content
Log in

Similar oriya poem from Children