Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Classics

4  

Pt.Abhaya Kumar Tripathy Sharma

Classics

ଚିଦାନନ୍ଦମୟ

ଚିଦାନନ୍ଦମୟ

1 min
941



ଚିଦାନନ୍ଦମୟ ମଙ୍ଗଳ ଆଳୟ

    ମଙ୍ଗଳ ମୂରତି ହରି

ଅଧର୍ମ ବିନାଶି ଧର୍ମ ପାଳିବାକୁ

   ଆସନ୍ତି ସେ ଅବତରି l


ଦୁଷ୍ଟଙ୍କୁ ନିବାରି ସନ୍ଥ ପାଳିବାରେ

   ସୁଦର୍ଶନ ଚକ୍ର ଧରି

ଅବତାର ପରେ ଅବତାର ନେଇ

  ଅଦ୍ଭୁତ ଶରୀର ଧରି l


ମତ୍ସ୍ୟ କୂର୍ମ ପୁଣି ବରହାବତାର

   ନରସିଂହ ଯେ ବାମନ

ରାମ ତ୍ରୟ ପୁଣି ବୁଦ୍ଧ କଳ୍କୀ ରୂପ

   ଅବତାର ହେଲେ ଜାଣ l


ଜୟଦେବ କୃତ ଦଶାବତାର ଏ

    ଚବିଶ ଭାଗବତରେ

ଜଗନ୍ନାଥ ଦାସ ବଖାଣି ଅଛନ୍ତି

    ଅତି ସରଳ ଭାଷା ରେ l


ଶୂକର ସୁଯଜ୍ଞ କପିଳ ଓ ଦତ୍ତ

     ଚତୁଃମନ ନର ରୂପ

ନାରାୟଣ ପୃଥୁ ଋଷଭ ଜଡ଼ ଭରତ

     ହୟଶୀର୍ଷ ମତ୍ସ୍ୟକୂର୍ମ l


ନୃସିଂହ ଶ୍ରୀପତି ବାମନ ଶ୍ରୀରାମ

    ଧନ୍ଵନ୍ତରୀ ପର୍ଶୁରାମ

ବଳରାମ ବ୍ୟାସ ବୁଦ୍ଧ କଳ୍କୀ ପୁଣି

    ଗୋବିନ୍ଦାଦିଯେ ନାମ l


ଚବିଶାବତାର କୃଷ୍ଣ ଅବତାରୀ

   ପାଳିଲେ ଏ ଧରାଧାମ

ଚିଦାନନ୍ଦମୟ ମଙ୍ଗଳ ଆଳୟ

   ଜୟ ଜୟ ପୂର୍ଣ୍ଣ କାମ l


Rate this content
Log in

Similar oriya poem from Classics