STORYMIRROR

Secret Superstar

Romance

4  

Secret Superstar

Romance

ଛୁଇଁବା ପରେ ତୋ ପ୍ରେମର ମଳୟ

ଛୁଇଁବା ପରେ ତୋ ପ୍ରେମର ମଳୟ

1 min
154

ମୋ ସପନ ମୋ ଲକ୍ଷ୍ୟ 

ମୋ ଜୀବନ ମୋ କର୍ତ୍ତବ୍ୟ 

ସବୁକିଛି ଅଛି ମୋ ପାଶେ 

ଚଗଲା ସମୟଟା ଟିକେ ଦୂରେ 

କେବେ ଯାଏ ସେ ଆଗେଇ 

ପଛେ ରହିଯାଏ କେବେ ମୋ ଠୁ ଦୂରେଇ 

କିନ୍ତୁ ଆଜି ମୁ ବହୁ ଖୁସିରେ 

ତୁ ସାଥୀ ତୁ ଆସିବାପରେ 

ଓଃ ପ୍ରିୟା ରେ ସାଥୀରେ ମାହିରେ 

ଛୁଇଁବା ପରେ ତୋ ପ୍ରେମର ମଳୟ .

ଚାଲେ ମୋ ସାଥେ ମୋ ଭାଗ୍ୟ ମୋ ସମୟ ।


ତୋ ପ୍ରେମରେ ବନ୍ଧା 

ମୋ ଚଗଲା ଦୁଷ୍ଟ ସମୟଟା 

ଆଜି ଫିଲିଙ୍ଗ ସମଥିଙ୍ଗ ସମଥିଙ୍ଗ

ଯେ ସମୟ ଥିଲା ବୋରିଙ୍ଗ 

ତୋ ପ୍ରେମ ତୋ ପ୍ରିତୀ

ତୋ ସାଥେ ମୋ ସମୟ ଯାଏ ବିତି 

ତୋ ହୃଦୟର ସ୍ପନ୍ଦନ ସାଥେ ସାଥେ 

ସମୟ ଚାଲେ ସପନର ପଥେ 

ଓଃ ପ୍ରିୟା ରେ ସାଥୀରେ ମାହିରେ 

ଛୁଇଁବା ପରେ ତୋ ପ୍ରେମର ମଳୟ

ଚାଲେ ମୋ ସାଥେ ମୋ ଭାଗ୍ୟ ମୋ ସମୟ ।


ସପନର ପଥେ ଅଙ୍କା ବଙ୍କା ଆସେ ଯେବେ ଟିକେ 

ଦୂରେଇଯାଏ ସମୟ 

ଏକା ଏକା ଚାଲୁଥାଏ ମୋ ହୃଦୟ ।


କିନ୍ତୁ ଆଜି ମୁ ବହୁ ଖୁସିରେ 

ତୁ ସାଥୀ ତୁ ଆସିବାପରେ 

ଜାଣେନା କି ଯାଦୁ ଅଛି ତୋ ହସରେ

ଆଜି ସମୟ ମୋ ପାଶେ 

ଜାଣି ହୃଦୟ ହାରିଯିବା ପରେ ।


ଓଃ ପ୍ରିୟା ରେ ସାଥୀରେ ମାହିରେ 

ଛୁଇଁବା ପରେ ତୋ ପ୍ରେମର ମଳୟ

ଚାଲେ ମୋ ସାଥେ ମୋ ଭାଗ୍ୟ ମୋ ସମୟ ।


Rate this content
Log in

Similar oriya poem from Romance