STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ଛନ୍ଦ

ଛନ୍ଦ

1 min
298


ଛନ୍ଦେ ନନ୍ଦ ଘରେ ପଶିଲା ପୁତନା

    କୃଷ୍ଣଙ୍କୁ ନାଶିବା ପାଇଁ 

କ୍ଷୀରସାଥେ ପ୍ରାଣ ଶୋଷିଲେ ଶ୍ରୀକୃଷ୍ଣ

    ମରଣ ଲଭିଲା ସେହି।। 


ମନ୍ଥରା ଛନ୍ଦରେ କୈକେୟୀ ପେଶିଲା

    ଶ୍ରୀରାମଙ୍କୁ ଘୋରବନ

ଅକାରଣେ ତେଣୁ ବୈଧବ୍ୟ ଲଭିଣ

   ବିକଳେ କଲେ କ୍ରନ୍ଦନ।। 


ଛନ୍ଦ କରି ବୃନ୍ଦାବତୀର ସତୀତ୍ଵ

   ହରିଲେ ମଧୁସୂଦନ 

ସତୀ ଅଭିଶାପେ ହୋଇଥିଲେ ସ୍ଥାଣୁ

   ଶାଳଗ୍ରାମ ହେଲେ ପୁଣ। 


ଛନ୍ଦ କରି ପ୍ରଭୁ ଵାମନ ରୂପରେ

   ବଳିକୁ ମାଗିଲେ ଦାନ

ତିନି ପାଦ ଭୂମି ତାଠାରୁ ଲଭିଲେ

  ପାତାଳରେ ଦେଲେ ସ୍ଥାନ।। 


ଛନ୍ଦ କରି ଦେବୀ ସୀତାଙ୍କୁ ହରିଲା

    ଲଙ୍କପତି ସେ ରାବଣ

ଶ୍ରୀରାମଙ୍କ ସାଥେ ଯୁଦ୍ଧରେ ପରାସ୍ତ 

    ହୋଇ ଲଗିଲା ମରଣ।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational