STORYMIRROR

Birakishore Nayak

Romance Tragedy

4  

Birakishore Nayak

Romance Tragedy

ଛଳନାର ମାୟା

ଛଳନାର ମାୟା

1 min
276

ମଧୁର ଭାଷାରେ କଥା କହି କେତେ

       ମୋ ମନକୁ ମୋହିଦେଲ,

ଭଲ ପାଇବାର ଅଙ୍ଗୀକାର କରି

       ପ୍ରୀତି ଫୁଲେ ସଜାଇଲ |


ଆକାଶର ଜହ୍ନ ଆଣିଦେବ ବୋଲି

       ଦିନେ ମୋତେ କହିଥିଲ,

ଆଗାମୀ ଦିନର ପ୍ରୀତିର ସଉଧ

       ମନେ ମୋର ଗଢ଼ିଦେଲ |


ମୋ ଠାରୁ ସୁନ୍ଦରୀ ଦୁନିଆରେ କେବେ 

        ଦେଖିନାହଁ ବୋଲି କୁହ,

ତୁମ ପ୍ରଂଶସାରେ ଉଲ୍ଲସିତ ହୁଏ

        ସରଳ ମୁଗ୍ଧ ହୃଦୟ |


ତୁମରି ହସରୁ ମଧୁ ଝରି ପଡେ

        ଲାଗେ ଅନ୍ତରଙ୍ଗ ପରି,

ତୁମ ଆଖିରେ ଯେ କାମନାର ନିଆଁ

       ଦେଖି ଲାଜେ ଯାଏ ସରି |


ତୁମରି ଛାତିରେ ମଥା ରଖି ଯେବେ

       ତୁମରି ସ୍ପନ୍ଦନ ଶୁଣେ,

ଦେହେ ଭରିଯାଏ ମିଳନ କାମନା

       ଅସୁମାରୀ ପ୍ରୀତି ମନେ |


ହଜି ଯାଇଥିଲି ତୁମରି ପ୍ରେମରେ

       ବାସ୍ତବ ସଂସାର ଭୁଲି,

ନାରୀ ମନ ତଳେ ସମସ୍ତ ସଞ୍ଚିତ

       ସମ୍ପତ୍ତିକୁ ଦେଇଦେଲି |


ଵୁଝି ମୁଁ ନଥିଲି ସେତେବେଳେ ତୁମେ

       ନଥିଲ ନାୟକ ବୋଲି,

ଖଳ ନାୟକର ଛଳନାରେ ମୋତେ

       ପ୍ରେମ କରୁଥିଲ ଖାଲି |


ଦେଖିଲି ଯେବେ ମୁଁ ରଖିଛ ସମ୍ପର୍କ

      ଅନେକ ଝିଅଙ୍କ ସାଥେ,

ଵୁଝି ମୁଁ ପାରିଲି ତୁମରି ଛଳନା

      ମରୁଛି ମୁଁ ଅନୁତପ୍ତେ |


ପବିତ୍ର ମନର ପ୍ରେମରେ ତୁମେ ତ

      କଳଙ୍କର ଦାଗ ଦେଲ,

ସ୍ବେଚ୍ଛାଚାରିତାର ଶ୍ରେଷ୍ଠ ଉପହାର

     ମୋ ହାତରେ ତୋଳିଦେଲ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance