STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ଛଳନା"

ଛଳନା"

1 min
371

ପ୍ରେମ ଅଟେ ଦିବ୍ୟତା ର ପ୍ରଥମ ସୋପାନ,

ପ୍ରେମ ଅଟେ ପ୍ରକୃତି ର ସର୍ବ ଶ୍ରେଷ୍ଠ ଦାନ।


ପ୍ରେମ ଭରେ ଜୀବନ ରେ ଶୀତଳ ପରଶ,

ପ୍ରେମ ସାତ ରାଗ ସୁର ଅମୀୟ ପୀୟୂଷ।


ପ୍ରେମ ସାଥେ ଛଳନା ର ସମ୍ପର୍କ ହିଁ ନାହିଁ,

ଅଦିବ୍ୟ ,ଅମାନବତ୍ବ ପରାକାଷ୍ଠା ସେହି।


ଛଳନା ଯେଉଁଠି ଅଛି ପ୍ରେମରେ କଳଙ୍କ,

ଦୁନିଆରେ ସେହି ବ୍ୟକ୍ତି ପାଏ ବଡ଼ ଦୁଃଖ।


ଛଳନା ରେ କେହି ପ୍ରେମ କରିପାରେ ନାହିଁ,

ଦୁଃଖ,ଶୋକ,ଲମ୍ପଟତା ସାଥେମରେସେହି।


ସ୍ନେହ, ଶ୍ରଦ୍ଧା,ପ୍ରିତି ,ତ୍ୟାଗ ଏହି ଅଳଙ୍କାରେ ,

ସଜାଇ ରଖିବ ସଦା ପ୍ରେମ ପାରାବାରେ।


ଛଳନା ରେ ଦେହ ସୁଖ ହୃଦୟକୁ ଜାଳେ,

କେହି ନ ଜାଣିଲେ ବି ହୃଦୟ ତ ଜାଣେ।


ନଶ୍ଵର ଶରୀର ଦିନେ ମାଟିରେ ମିଶିବ,

କରିଥିବା ଛଳନା ତ ଯୁଗକୁ ବଞ୍ଚିବ।


ଅପବାଦ, ଅପଯଶ ପୋଡ଼ି ହୁଏ ନାହିଁ,

ପ୍ରେମରେ ନିନ୍ଦିତ ହେବ ଜନ୍ମାନ୍ତର ପାଇଁ ।


ପ୍ରେମ କର ପ୍ରେମ ବାଣ୍ଟ ନ ହୋଇ କୁଣ୍ଠିତ,

ପ୍ରେମ ଦାନେ ହୋଇ ଯିବ ବସୁଧା କୁଟୁମ୍ବ।


ଛଳନାକୁ ମନେକେବେ ସ୍ଥାନ ଦେବ ନାହିଁ,

ମିଥ୍ୟା ଖୋଳପା କୁ ମୁଖୁ ଦିଅ ହେ ହଟାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy