STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ଛି ଛି ମୋର ମାନବ ଜନମ !

ଛି ଛି ମୋର ମାନବ ଜନମ !

1 min
322

ତୁମ ଲାଗି ନୂଆ ଦୁନିଆଁ ଦେଖୁଛି ହସୁଛି ଖେଳୁଛି କହୁଛି

ତଥାପି ନିଜର ପାରିବା ପଣିଆ ସଭିଙ୍କୁ ଗରବେ କହିଛି !

ଦେଖେଇ ହୋଇଛି ମୁଁ ଯେଡେ ନୁହେଁ କାଗଜ ବାଘ ମୁଁ ହୋଇଛି

ବାଘଖୋଳ ପାନ୍ଧି ଶୃଗାଳ ଟାଏ ମୁଁ ନୀଳବର୍ଣ୍ଣ ଢାଳି ଦେଇଛି !

ମନେ ମନେ ଛାତି ମୋର କୁଣ୍ଡେମୋଟ ମିଛ ପରଶଂସା ପାଉଛି

ଅଳପ ବିଦ୍ୟାରେ ବୋଲାଏ ପଣ୍ଡିତ ଲୋକଙ୍କୁ ବୋକା ମୁଁ କରିଛି !

ମିଛ ତାଳି ମିଛ ବାହାଦୁରି ନେଇ ଗରବେ ମୋ ଛାତି ଫୁଲିଛି

ସବୁଠାରୁ ମୁଁ ବଡ ହେବି ବୋଲି ଯେତେ ଛୋଟ କାମ କରୁଛି !

ଅଲାଜୁକ ମୁହେଁ ଯେତେ ମୋର ବଥ ତାକୁ ଛାଇ ବୋଲି ଭାବୁଛି

ଅପମାନକୁ ମୁଁ ସନମାନ ଭାବି ନିଜଗୁଣ ନିଜେ ଗାଉଛି !

ନିଜ ବଡପଣ ନିଜର ଗାରିମା ବିଜୟ ପତାକା ଉଡୁଛି

କାହିଁକି ଏମିତି ହେଲି ହେ ଠାକୁରେ ଦିନେ ହେଲେ କି ମୁଁ ଭାବୁଛି ?

କେତେ ଉଠାବସା କାହାକୁ କରିବି ନିଜେ ଉଠବସ ହଉଛି

ତୁମର ମୁଁ ହାତ କଣ୍ଢେଇ ହେଇ କି ସମସ୍ତଙ୍କୁ ମୁଁ ନଚାଉଛି !

ନାଚିବାର ବେଳ ଆସୁଛି ଆଗକୁ ତଥାପି ଗରବ ରହିଛି

ଛି ଛି ମୋର ମାନବ ଜୀବନ ତମକୁ ପାଶୋରି ଦେଉଛି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics