STORYMIRROR

Srinibas Mahalik

Inspirational Abstract

2  

Srinibas Mahalik

Inspirational Abstract

ଛେଳି

ଛେଳି

1 min
13.3K


ଗାଈକୁ ମାରିଲେ ପାପ ହୁଏ ହେଲେ

ଛେଳିକୁ ମାରିଲେ ନାଇଁ

ଗାଈକୁ ଆମେ ବା ମାତା ମାନୁଅଛେ

ଛେଳିକୁ ଶତ୍ରୁର ମାଇଁ..

ଏମିତି କଅଣ ପାଇଁ..

ଗାଈ ଦେହେ ଖାଲି ଜୀବନ ରହିଛି

ଛେଳି ଦେହେ କଣ ନାଇଁ ।।

ଆମମାନଙ୍କର ଭୋକକୁ ମେଣ୍ଟିବା

ଲାଗୁଛି ଛେଳିର ଧର୍ମ

ପେଟ ପାଇଁ ଆମେ ଜୀବକୁ ମାରୁଛେ

ଆହାଃ କେଡ଼େ ଆମ କର୍ମ..

ରକ୍ତ ମାଂସ ହାଡ଼ ଚର୍ମ..

ଆମ ପାଇଁ କଣ ନିରୀହ ଛେଳିର

ଏ ଧରା ପୃଷ୍ଠରେ ଜନ୍ମ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational