ଛାଇ ଆଲୁଅର ଖେଳ
ଛାଇ ଆଲୁଅର ଖେଳ
ତୁମ ସାଥେ ପ୍ରୀତି ଡୋର
ବାନ୍ଧିଥିଲି ହୁଏତ ଅବେଳରେ
ଝରିଥିଲା ଟପଟପ ବର୍ଷା
ବତୁରିଯାଇଥିଲା ମାଟି
ଅବିଶ୍ୱାସର ନିଆଁଟା ଜାଳିଦେଉଥିଲା
ତନୁମନକୁ
ଥିଲା ବିଡମ୍ବନା ଭାଗ୍ୟର
ଖେଳୁଥିଲା ମୋ ସାଥେ
ଛାଇ ଆଲୁଅର ଖେଳ
କୁଆଁରୀ ମନର
ସପନ ସାଉଁଟା ସ୍ମୃତି
ଚାଦର ଘୋଡାଇ
ତୁମ କୋଳେ ମଥା ରଖି
ପ୍ରେମପ୍ରଣୟକୁ ସାଉଁଟିବାର
କୋଳେଇ ନେବାର
ଦୁର୍ବାର ପ୍ରଚେଷ୍ଟା
