STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

ଛାଇ ଆଲୁଅର ଖେଳ

ଛାଇ ଆଲୁଅର ଖେଳ

1 min
144

ତୁମ ସାଥେ ପ୍ରୀତି ଡୋର

ବାନ୍ଧିଥିଲି ହୁଏତ ଅବେଳରେ

ଝରିଥିଲା ଟପଟପ ବର୍ଷା

ବତୁରିଯାଇଥିଲା ମାଟି

ଅବିଶ୍ୱାସର ନିଆଁଟା ଜାଳିଦେଉଥିଲା

ତନୁମନକୁ

ଥିଲା ବିଡମ୍ବନା ଭାଗ୍ୟର

ଖେଳୁଥିଲା ମୋ ସାଥେ

ଛାଇ ଆଲୁଅର ଖେଳ

କୁଆଁରୀ ମନର

ସପନ ସାଉଁଟା ସ୍ମୃତି

ଚାଦର ଘୋଡାଇ

ତୁମ କୋଳେ ମଥା ରଖି

ପ୍ରେମପ୍ରଣୟକୁ ସାଉଁଟିବାର

କୋଳେଇ ନେବାର

ଦୁର୍ବାର ପ୍ରଚେଷ୍ଟା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy