ଚୌକି
ଚୌକି
ଚୌକି ରେ ବସିବା ପାଇଁ
ଶୃଗାଳ ର ଚତୁରତା
ଚାଣକ୍ୟ ଙ୍କ କୂଟନୀତି
ବିଦୁର ର ରାଜନୀତି
ଶକୁନି ର ପଶା ଖେଳ
ତା ଭିତରେ କ୍ଷମତା ର ଅନ୍ଧ ଅହମିକା
ତୃତୀୟ ଆଲେକଜାଣ୍ଡର ହେବାର ଆସ୍ପର୍ଦ୍ଧା
ନିରୀହ ଜନତା କାନ୍ଧେ
ପାରି ହେବେ ରାଜନୀତି ନଇ
ହାତଠାରି ଡାକେ ମହାକାଳ
ସର୍ବଶେଷେ କ୍ଲାନ୍ତଶ୍ରାନ୍ତ ଶରୀରକୁ
ଥୋଇ ଦେଇ ଜୁଇ ପରେ
ହିସାବ କରିବା ବେଳେ
ପାପ ପୁଣ୍ୟ ର
ତୁଟି ତୁଟି ଯାଉଥାଏ
ଚୌକି ର ମୋହ
