ଚାନ୍ଦ ନା ତୁମେ ପରୀ ....
ଚାନ୍ଦ ନା ତୁମେ ପରୀ ....
ରାତ୍ରିରେ ତୁମ ମୁଖ
ଆଉ ,
ଆଖିର ଚାହାଣି
ବାଟଭୁଲା ପରୀଟେ ପରି
ଓଠ ତୁମ ଅମାନିଆ
ଦିଏଯେ ଇସାରା
ମନ୍ଦାର ଫୁଲର ବାସଭରି
କେଶ ତୁମ କେଉଁ ଏକ କଳା
ଅମାବାସ୍ୟା ଫିକାଲାଗେ
ଅଙ୍ଗରେ ତୁମରି
ମୁଖ ତୁମ ଚନ୍ଦ୍ରମାର ଆଭା
କଳଙ୍କ ସାଜିଯିବା ପାଇଁ
ମନ ହୁଏ ଘାରି
ଚାନ୍ଦ ନା ତୁମେ ପରୀ
ଅଜଣା ଆଖି ମୋ 'ଚିନ୍ହି ପାରେନା
ଆଜି ତୁମର ଛବି
ବୋଧେ ..ପୂର୍ଣଦର୍ଶନ ତୁମ
ନାହିଁ ଏ ମର୍ତ୍ତ୍ୟରେ
ବୃଥା ଖାଲି ଭାବି ଭାବି
ତୁମକୁ ଜାଣିବାତ
ବଡ଼କଷ୍ଟକର କଥା
ଏ ଜନ୍ମରେ
ଭାବୁଛି ଆଉ ଏକ ଜନ୍ମ ନେବି
ତୁମ ରହସ୍ୟ
ବୁଝିବାକୁ ଥରେ
ତୁମେ ଚାନ୍ଦ ନା ପରୀ
ମନ ତଳେ ଭରିଦିଅ ତାତି
ଜୀବନକୁ କରି ଛାଟିପିଟି
ନା ..ତୁମେ ଆଉ କେହି
ଅଜଣାକୁ ଆପଣେଇବାର
ନୁଆ ଏକ ଶକ୍ତି

