STORYMIRROR

Debabrat Nayak

Tragedy Others

3  

Debabrat Nayak

Tragedy Others

ଚାଳଘର

ଚାଳଘର

1 min
215

ମୋ ମୁଦ୍ରିତ ନୟନର ପରଦାକୁ

ଧସେଇ ପଶିଆସେ

ଆକାଶଛୁଆଁ କୋଠା ଗଢିବାର

ଅସଫଳ ସ୍ୱପ୍ନ ।

ପ୍ରତି ନିକାଞ୍ଚନ ନିିିଶିର ସାହାରାରେେ

ଝାଟିିମାଟି ଚାଳର ଶୟନ କକ୍ଷରେେ

ଜହ୍ନର ଶୀତଳ ସ୍ପର୍ଶରେେ, 

ହେଲେ !

ଦିବାକର  ଆଗମନେ

ସ୍ୱପ୍ନ ଚାଲିଯାଏ  

ଆଉ ଗଲାବେଳେ ଦେଇଯାଏ

ଢେର୍  ସାରା ଲୁହ !

ବାସ୍ତବକୁ ଫେରିଆସେ ମୁଁ 

ଆଉ ଅନୁୁୁୁଭବ କରେ କେମିତି

ଶ୍ରାବଣର ଆଘାତରେ

ନୁଆଁଣିଆ ଚାଳରୁ ଝରିପଡୁଥିବା

ଟୋପା ଟୋପା ବର୍ଷାରେ 

ଧୋଇଯାଉଛି 

ମୋ ସ୍ୱପ୍ନର ସଉଧ 

ଆଉ କେମିତି 

ତମାମ୍ ଶ୍ରାବଣର ଛିଟା

ଭଲପାଇବାର ବାହାନା ଦେଖାଇ

ଚୁମିି ଚାଲିଚି 

ମୋ ଚାଳଘରର ଚଟାଣକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy