ରାକ୍ଷୀ ରହିଲା ସାକ୍ଷୀ
ରାକ୍ଷୀ ରହିଲା ସାକ୍ଷୀ
ରାକ୍ଷୀର ଡୋରିରେ ବନ୍ଧା ପରା ଆମ
ଭାଇ ଭଉଣୀର ସମ୍ପର୍କ
ସବୁ ବିପଦରେ ଏଇ ରାକ୍ଷୀ ତୋର
ସାଜଇ ମୋର ରକ୍ଷକ ।
ଦ୍ଵାପର ଯୁଗରେ କୃଷ୍ଣ ଭାଗବାନ
ରଖିଛନ୍ତି ରାକ୍ଷୀ ମାନ
ଦୌପଦୀଙ୍କୁ ଦେଇ କୋଟି ବସ୍ତ୍ର ସିଏ
ଲଜ୍ଜା କଲେ ନିବାରଣ ।
ଏଇ ତୋର ରାକ୍ଷୀ ରହିଲାଲୋ ସାକ୍ଷୀ
ଦେଉଛି ଆଜି ମୁଁ କଥା
ତୋ ଆଖିରେ ଲୁହ ଦେବିନି ମୁଁ କେବେ
ହେବୁ ତୁ ଜଗତଜିତା ।
ତୋ ଚଲାବାଟରୁ କଣ୍ଟା ସବୁ କାଢି
ଫୁଲ ମୁଁ ବିଛେଇ ଦେବି
ଓଠରୁ ତୋହର ଝରାଇବି ହସ
ଦୁଃଖ ତୋର ନେଇଯିବି ।
ଛାଇ ପରି ଥିବି ସଦା ତୋ ସାଥିରେ
ବିପଦର ଢାଲ ହୋଇ
ଦୁଃଖ,କଷ୍ଟ ତୋର ସବୁ ନେଇଯିବି
ମୁଁ ପରା ତୋହରି ଭାଇ ।
ଅଳି ଅଝଟକୁ ସହିବି ତୋର ମୁଁ
ତୁ ମୋର ସୁନା ଭଉଣୀ
ଏଇ ରାକ୍ଷୀ ତୋର ରହିଲା ଲୋ ସାକ୍ଷୀ
ମୃତ୍ୟୁରୁ ଆଣିବି ଟାଣି ।
