STORYMIRROR

Debabrat Nayak

Others

4  

Debabrat Nayak

Others

ରାକ୍ଷୀ ରହିଲା ସାକ୍ଷୀ

ରାକ୍ଷୀ ରହିଲା ସାକ୍ଷୀ

1 min
364

ରାକ୍ଷୀର ଡୋରିରେ ବନ୍ଧା ପରା ଆମ

             ଭାଇ ଭଉଣୀର ସମ୍ପର୍କ

ସବୁ ବିପଦରେ ଏଇ ରାକ୍ଷୀ ତୋର 

             ସାଜଇ ମୋର ରକ୍ଷକ ।


ଦ୍ଵାପର ଯୁଗରେ କୃଷ୍ଣ ଭାଗବାନ

              ରଖିଛନ୍ତି ରାକ୍ଷୀ ମାନ

ଦୌପଦୀଙ୍କୁ ଦେଇ କୋଟି ବସ୍ତ୍ର ସିଏ

              ଲଜ୍ଜା କଲେ ନିବାରଣ ।


ଏଇ ତୋର ରାକ୍ଷୀ ରହିଲାଲୋ ସାକ୍ଷୀ

              ଦେଉଛି ଆଜି ମୁଁ କଥା 

ତୋ ଆଖିରେ ଲୁହ ଦେବିନି ମୁଁ କେବେ

             ହେବୁ ତୁ ଜଗତଜିତା ।


ତୋ ଚଲାବାଟରୁ କଣ୍ଟା ସବୁ କାଢି 

             ଫୁଲ ମୁଁ ବିଛେଇ ଦେବି

ଓଠରୁ ତୋହର ଝରାଇବି ହସ

              ଦୁଃଖ ତୋର ନେଇଯିବି ।


ଛାଇ ପରି ଥିବି ସଦା ତୋ ସାଥିରେ 

              ବିପଦର ଢାଲ ହୋଇ

ଦୁଃଖ,କଷ୍ଟ ତୋର ସବୁ ନେଇଯିବି

              ମୁଁ ପରା ତୋହରି ଭାଇ ‌।


ଅଳି ଅଝଟକୁ ସହିବି ତୋର ମୁଁ

              ତୁ ମୋର ସୁନା ଭଉଣୀ

ଏଇ ରାକ୍ଷୀ ତୋର ରହିଲା ଲୋ ସାକ୍ଷୀ

              ମୃତ୍ୟୁରୁ ଆଣିବି ଟାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍