STORYMIRROR

Debabrat Nayak

Others

3  

Debabrat Nayak

Others

ହେ ଈଶ୍ୱର

ହେ ଈଶ୍ୱର

1 min
235

ହେ ଈଶ୍ୱର,

ତୁମେ କି ଶୁଣି ପାରୁନ ?

ତୁମ ସୃଷ୍ଟିର କରୁଣ ଚିତ୍କାର  

ଅବା ଦେଖି ପାରୁନ

ମଶାଣିର ଉଦ୍ଧତ ରୂପକୁ,

ତୁମେ କି ଅନୁଭବ କରୁନ?

ଭୋକିଲା ପେଟର 

ପେଟେ ଭୋକକୁ ।

ତୁମେ ପରା ସର୍ବଜ୍ଞ, ସର୍ବଶକ୍ତିମାନ

ହେଲେ କାହିଁକି? 

ତୁମେ ଆଜି ନିରବ । 

ଥରେ ଶୁଣ ପ୍ରଭୁ,

କରୋନାର ବିଷଜ୍ୱାଳାରେ

କବଳିତ ଜୀବନର

ବୁକୁଫଟା ଚିତ୍କାରରେ

କେମିତି ଫାଟି ପଡୁଛି 

ମହୀମଣ୍ଡଳର ନିରବତା,

ପୁତ୍ରଶୂନ୍ୟ ବାପା ମାଆଙ୍କ  

କ୍ରନ୍ଦନରେ କେମିତି

ତରଳି ଯାଉଛି ପଥରର

କଠିନତା,

ତମାମ୍ ଦିନ ଆଉ ରାତି

ଜଳିଲା ପରେ ବି କେମିତି

ଥମୁନି ମଶାଣିର ନିଆଁ

ଜଳିବାର

ପ୍ରତୀକ୍ଷାରେ

ଅନେକ କୋକେଇହୀନ  

ଶବମାନଙ୍କର ଭିଡ ,

ଆଉ କେମିତି

ପେଟରେ

ପେଟେ ଭୋକକୁ ସାଇତି

ଗୃହବନ୍ଦୀର ଶିକୁଳିରେ

କେମିତି ବନ୍ଧା ପଡ଼ିଛି

ଜୀବନ ନାଟିକା ।

ତୁମେ ଆଉଥରେ

ଆସ ପ୍ରଭୁ

ଅବତାର ନେଇ  

କରୋନାର ଦାନବକୁ

ବିନାଶ କରି

ଭରି ଦିଅ ସଭିଙ୍କ ଓଠରେ ହସ

ଆଉ ଥରେ । 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍