STORYMIRROR

Debabrat Nayak

Others

3  

Debabrat Nayak

Others

ପୁରୁଣା ଚିଠି

ପୁରୁଣା ଚିଠି

1 min
336

ତୋ ପୁରୁଣା ଚିଠିର ବାସ୍ନାରେ ମୁଁ

ଆଜି ବି ହଜିଯାଏ

ତୋତେ ଫେରି ପାଇବାର ପ୍ରୟାସରେ

ଅନବରତ ପଢୁଥାଏ 

କିଛି ମନେ ପଡେ ଅତୀତର ମିଠା କଥା

ଆଉ କିଛି ଲୁହ ହୋଇ ବହେ ।


ଭୁଲିଯିବାର ପ୍ରୟାସ ଭିତରେ

ଭୁଲିପାରେନା ମୁଁ,

ସେଇଥିପାଇଁ 

ତୋ ଚିଠିର ପୃଷ୍ଠାରେ ଖୋଜେ 

ତୋର ପ୍ରତିଶୃତି,ଆଉ କିଛି ମିଠା

ଅନୁଭୂତି ।


ତୋ ପୁରୁଣା ଚିଠିରେ ମୁଁ

ଅନୁଭବ କରେ ବସନ୍ତକୁ

ବସନ୍ତର ମଳୟକୁ ବି

କୁଳୁ କୁଳୁ ବହୁଥିବା ନଦୀର 

ମୂର୍ଚ୍ଛନାକୁ

ଆଉ ଫୁଣି ଚାନ୍ଦର ଚାନ୍ଦିନୀ ରାତିକୁ

ଠିକ୍ ସେ ଦିନ ପରି ।


ହେଲେ ଆଜି ସବୁ କିଛି ଯାଇଛି ବଦଳି

ତୁ ତୋ ରାସ୍ତାରେ, ହେଲେ ମୁଁ ଏଠି

ଦୋ ଛକିରେ ଯାଇଛି ଅଟକି

ତୋତେ ପାଇବାର ନିଶା ମୋ ଠୁ

ଯାଏନି ଉତୁରି

ତଥାପି ମୁଁ କରିଛି ଅପେକ୍ଷା

ତୁ କାଳେ ଆସିବୁ ଫେରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍