Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Abstract Tragedy

4  

Dharitri Das

Abstract Tragedy

ଚାଳଘର

ଚାଳଘର

1 min
404


ଚାଳଘର ଖଣ୍ଡେ ଥିଲା ଯେ ମୋହର

       ଆଶ୍ରୟ ସ୍ଥଳଟି ଜାଣ

କାହୁଁ ଅଇଲା ସେ ବାତ୍ୟା ତୁଆତୋ ଯେ

       ଭାଙ୍ଗିଦେଲା ତାକୁ ପୁଣ ।


ଖୋସାମଦ କରି ବିଜୁ ପକ୍କା ଘର କରି

        ରହିଛନ୍ତି କେତେଲୋକ

ମୋତେ ମିଳେ ନାହିଁ  ତାହାର ସୁବିଧା

        ଜାଣ ସର୍ବେ ସୁବିବେକ ।


ବିରୋଧୀ ଦଳର      ସପକ୍ଷରେ ଥିଲି

         ପୂର୍ବ ନିର୍ବାଚନ ବେଳେ

ହାରିଲା ପରେ ବି      ଗଲି ନାହିଁ ମୁହିଁ

        ଶରଣ ନେବାକୁ କାଳେ ।


ସେଥପାଇଁ ଆଜି        ସବୁଠୁ ଗରିବ

        ରହୁଅଛି ଚାଳଘରେ

ଚାଳଘର ମୋର      ଅମୂଲ୍ୟ ସମ୍ପତ୍ତି

         ସଜାଡିବି ତାକୁ ଥରେ ।


ଲୋଡ଼ା ନାହିଁ ମୋର ବିଜୁ ପକ୍କା ଘର

          ଇନ୍ଦିରାଆବାସ ପୁଣି

ବିଭୂ ଆଶୀର୍ବାଦ  ଥାଉ ସଦା ମୁଣ୍ଡେ

          କରିବି ଘର ଛାଉଣୀ ।


ସେହି ଘର ମୋର    ସରଗଠୁ ବଳି

        ମୋ ପାଇଁ ବୈକୁଣ୍ଠ ଭାବି

ବଞ୍ଚିଯିବି ମୁହିଁ     ସାରା ଜୀବନ ଯେ

          ଦେଖି ତୁମ ପ୍ରତିଛବି ।


ଜଗତର ନାଥ       ତୁମେ ଜଗନ୍ନାଥ

      ଦୟା କରୁଥିଲେ ମୋତେ

ଭୁଲିଯିବି ମୁହିଁ        ସାରା ଦୁନିଆକୁ

       ଦୁଃଖ ଦରିଆରେ ସତେ ।


Rate this content
Log in

Similar oriya poem from Abstract