STORYMIRROR

Sonali Panda

Romance

3  

Sonali Panda

Romance

ଚାଲ ଆଜି

ଚାଲ ଆଜି

1 min
435


ଚାଲ ଆଜି ଲୁଚିଯିବା ଜହ୍ନ ଆରପଟେ

ଏ ପୃଥିବୀଟାକୁ ପଛରେ ପକାଇ

କଥା ମାନଙ୍କୁ ରଫୁ କରି

ସମାଜକୁ ଲଣ୍ଠନ ଦେଖେଇ

ଆକାଶରେ ଆକାଶେ ନୀଳ ମାଖିଦେବା ।

ଦି ହଳ କଥା କୁହା ଆଖିରେ

ମେଞାଏ ଶୀତୁଆ ଆଶା ମୁଠାଏ ସ୍ୱପ୍ନର ପ୍ରଜାପତି

ଆଉ ମୁହୂର୍ତ୍ତେ ନିରୋଳା ପ୍ରେମକୁ ସାଉଁଟି ନେଇ

ଆମେ ଆମର ପୃଥିବୀଟେ ଗଢିବା।

ବିଜ୍ଞାନ କହେ କୁଆଡେ ପୃଥିବୀ ମାତ୍ର ଗୋଟାଏ!

ଚାଲ ଆଜି ସାହିତ୍ୟକୁ ସାଙ୍ଗରେ ନେଇ

ବିଜ୍ଞାନ ମୁହଁରେ କଳା ବୋଳିଦେବା ।

ଏଥର ରାତିଟାକୁ ପାଖରୁ ଦେଖିବା

ଆଜି ଠୁ ଜୀବନକୁ ମନ ଭରି ଭୋଗିବା

କେଇଟା ପାଟିରେ ତାଲା ଦେଇ କେଇଟା ମନ କିଣି

ଚାଲ ଏବେ ପ୍ରେମରେ ଇତିହାସ ଟେ ଲେଖିବା ।

ଏଇ ଚାଲ ଆଜି ପବନରେ ହୁଇସିଲ୍ ବଜେଇ,

ପରିବର୍ତ୍ତନର ନିଦ ଭାଙ୍ଗିଦେବା ।

©ସୋନାଲି ପଣ୍ଡା, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance