STORYMIRROR

Sonali Panda

Others

3  

Sonali Panda

Others

ଭଙ୍ଗା ଦଦରା ଆଶା

ଭଙ୍ଗା ଦଦରା ଆଶା

1 min
652


ଭଙ୍ଗା ଦଦରା ଆଶା ସବୁକୁ

ସାତସିଆଁ କାନିରେ ଗଣ୍ଠି ମାରି

ସିଏ ଅଣ୍ଟା ରେ ପବନ ଭିଡେ।


ହାଡ଼ଭଙ୍ଗା ଶୀତ କୁ ପିଠି କରି

ତା'ଦି ମାସର ଜୀବନ ଟା କୁ

ଚିରା ପଣତରେ ଢାଙ୍କି ଦେଇ

ଆକାଶେ ଛାତିରେ ଜାବୁଡ଼ି ଧରେ।


ପରିସ୍ଥିତି କୁ ଖାତିରି ନକରି

ଶୀତ ରେ ଥରି ଥରି

ହଳେ ବତୁରା ଆଖି ନେଇ

ଖୁସି ର ତଲାସ କରୁଥାଏ

ସେଇ ବହଳେ ଅନ୍ଧାର ଭିତରେ ତା'

ଆସନ୍ତାକାଲି ର ସକାଳ ଖୋଜୁଥାଏ।


ସକାଳର ସୂର୍ଯ୍ୟ କିରଣ ସହ

ଘନେଇ ଆସିଥିବା ଆଶା ଗୁଡିକ

ସଂଧ୍ୟା ହଉ ହଉ ତରଳି ଯାଏ

ଆଖିର ବନ୍ଧ ବାଡ ଡେଇଁ

ଗାଲ ତିନ୍ତେଇ ଓଠ ବତୁରେଇ ଦିଏ


ଆଜି ବି ତା'କୁ ଦୁନିଆ ଟା ଅନ୍ଧାର ଅନ୍ଧାର ଦିଶୁଥାଏ

ତା' ଦିନ ଲୁହ ରୁ ଆରମ୍ଭ ହୋଇ ଲୁହ ରେ ହିଁ ସରିଯାଏ।


Rate this content
Log in