STORYMIRROR

Sonali Panda

Others

3  

Sonali Panda

Others

କାହିଁକି

କାହିଁକି

1 min
93

କାହିଁକି ମୁଁ ଝୁଣ୍ଟିପଡେ ମୋ ମିଛ ହସ ରେ

କାହିଁକି ମୁଁ ଅନ୍ଧାରରେ ଲୁହ ହେଇ ଝରେ

କାହିଁକି ମୁଁ ବର୍ଷା ଛାଡ଼ି ବସନ୍ତ ରେ ଭିଜେ

କାହିଁକି ମୁଁ ତାରା ହେଇ ଆଲୁଅ ରେ ହଜେ

କାହିଁକି ମୁଁ ଓଠ ଧାରେ ମିଛ ଗପ ଲେଖେ

କାହିଁକି ମୁଁ ମିଛ ଟା ରେ ସ୍ୱପ୍ନ ଏତେ ଦେଖେ

କାହିଁକି ମୁଁ ଖୋଲି ପଢେ ପୁରୁଣା ଡାଏରୀ

କାହିଁକି ମୁଁ କିଛି ସ୍ମୃତି ପାରେନାହିଁ ଚିରି

କାହିଁକି ମୁଁ ଚଷମା ରେ ଲୁଚାଏ ନିଜକୁ

କାହିଁକି ମୁଁ ଡରୁଥାଏ ଆଖି ଖୋଲିବାକୁ

କାହିଁକି ମୁଁ କୁହୁଡି ରେ ଝାପସା ଝାପସା ଦିଶେ

କାହିଁକି ମୁଁ ଜାଣି ଜାଣି ମିଠା ମିଛ ହସେ!



Rate this content
Log in