STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ଚାହା କପରେ ଝଡ଼

ଚାହା କପରେ ଝଡ଼

1 min
235


ଆମର ଏଠି କେବଳ କଳିଙ୍ଗ ସାଗର

କି ଆରବ ସାଗରରେ ଉଠେନି ଘୂର୍ଣ୍ଣିଝଡ଼

ଭାରତ ମହାସାଗରରେ ଆସେନି ସୁନାମି 

ବାଦଲଫଟା ବର୍ଷେନି ହିମ ଖଣ୍ଡ 

କଥା କଥାକେ ଆକୁମାରୀ ହିମାଚଳ 

ଚାହା କପ୍.ରେ ବି ଉଠେ ଅସୁମାରି ଝଡ଼ ।


କିଏ କଣ ଗୋଟେ ଉଦ୍ଭଟ କଥା କହିଦେଲା ତ 

ଦାନା ବାନ୍ଧେ ଝଡ଼ ଏଠି ତତ୍କ୍ଷଣାତ୍ ଚାହା କପ୍.ରେ

ନକରି ସମୟର ତିଳେ ବି ଅପଚୟ 

ଦେଖାଇ ଦେଉ ବୀରତ୍ବର ପରିଚୟ 

ଆରମ୍ଭ ହୋଇଯାଏ ଆରୋପ ପ୍ରତ୍ୟାରୋପ 

ପରନିନ୍ଦା ପରଚର୍ଚ୍ଚାରେ କେବଳ କଥା ସରେନା ।


ଆଲୋଚନା ପର୍ଯ୍ୟାଲୋଚନା ସମାଲୋଚନା 

ହୋହାଲ୍ଲା ବାକ୍ ବିତଣ୍ଡା ମାଲି ମକଦ୍ଦମା 

ଉତ୍ତେଜନାରେ ଖାଲି ଏ ଝଡ଼ ବହେ ନାହିଁ 

ଠାଏ ଠାଏ ବହିଯାଏ ରକ୍ତନଦୀ ହଣାକଟାରେ 

ସତେକି ଝଡ଼ ପରବର୍ତ୍ତୀ ବର୍ଷାର ଏଇ ବନ୍ୟା ।


ଆମର ତ ଏଠି ଜନସଂଖ୍ୟା ବେଶ୍ ସଘନ

ଦୁଇ ଚାରିଟା ଟଳି ପଡ଼ିଲେ ବି ଝଡ଼ରେ 

ଆମର ସଂଖ୍ୟା କମ୍ ହୁଏନା 

କିଛି ବି ପ୍ରଭାବ ପଡେନା

କାହିଁକିନା ଆମେ ସଦାସର୍ବଦା ପ୍ରସ୍ତୁତ 

ଏମିତି କେତେ ଝଡ଼ର ସାମ୍ନା କରିବାକୁ ।


ଆମର ମୂଳଦୁଆ ଖୁବ୍ ସୁଦୃଢ଼ ଅଭେଦ୍ୟ 

ଏମିତି କେତେ ଝଡ଼ ଆସୁଛି ଯାଉଛି 

ଆଗକୁ ବି ଆସୁଥିବ କିନ୍ତୁ ଆମେ ନିର୍ବିକାର 

ହଜାର ହଜାର ବର୍ଷଧରି ଆମ୍ଭର ଭାଇଚାରା 

ଚିରଦିନ ପାଇଁ ରହିଥିବ ଦୁର୍ଜୟ ଦୁର୍ଗଟିଏ 

ସମ ଆମ ସଭିଙ୍କୁ ରକ୍ଷା କରିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy