ବୟସର କ୍ଳାନ୍ତ ଅପରାହ୍ନ
ବୟସର କ୍ଳାନ୍ତ ଅପରାହ୍ନ
ବୟସର କ୍ଳାନ୍ତ ଅପରାହ୍ନ ରେ
ମୋ ସାଥୀ କାହିଁ ହଜିଗଲା ।
ତାକୁ ଖୋଜି ଖୋଜି ଥକିଗଲା ମୋ ଆଖି
ତାର ଦେଖା ନ ମିଳିଲା ।
ଅଚିହ୍ନା ରାଇଜେ ରହିଲା ଯାଇ
ମତେ ସାଥିରେ ନ ନେଇ ।
ପୁଅ ବୋହୂଙ୍କୁ କରି ବିଶ୍ୱାସ
ଏକା ଛାଡି ଗଲା ତାଙ୍କରି ପାସ ।
ପର ଝିଅକୁ କାହିଁ ଦେବି ଦୋଷ
ନିଜ ପୁଅତ କରିଲା ଉପହାସ ।
ମୋ ହାତର ସୁନା ଭେଣ୍ଡି ସାଜିଲେ
କାହାକୁ କହିଲେ କି ପାଇବି ଭଲେ ।
ଏତ ବୟସର ଅପରାହ୍ନ
ରାତି ହେବାକୁ ଅବା ଆଉ କେତେ ଦିନ ।
ବୟସର କ୍ଳାନ୍ତ ଅପରାହ୍ନକୁ ଡରିବି ନାହିଁ
ଜୀବନ ଅନ୍ଧାର ଏପର୍ଯ୍ୟନ୍ତ ଏକା ବାଟ ଚାଲୁଥିବା ମୁହିଁ ।