STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ବୟସ

ବୟସ

1 min
240

ଶୈଶବ କୈଶୋର ଯୌବନ ବାର୍ଦ୍ଧକ୍ୟ

ଚାରି ପର୍ଯ୍ୟାୟେ ମାନବ,

ଶିଶୁ ଅବସ୍ଥା ଯେ ଶୈଶବ ତ ଜାଣ

କିଶୋର ତରୁଣ ହେବ।


ଯୁବକ ଅବସ୍ଥା ଅଟେ ଯୌବନ

ବୁଢା ଯେ ବାର୍ଦ୍ଧକ୍ୟ ଜାଣ,

ଶୈଶବରେ ଅଜ୍ଞ ଥାଏ ଯେ ମଣିଷ

କୈଶୋରରେ ଅମାନିଆ,

ଯୁବକ ବେଳରେ ସତକର୍ମେ ଲିପ୍ତ

ବାର୍ଦ୍ଧକ୍ୟେ ବିଶ୍ରାମ ଯାହା।


କୈଶୋର ବେଳରେ ଶିକ୍ଷା ମୂଳଦୁଆ

ଚରିତ୍ର ଗଠନ ବେଳ,

ପିତାମାତା ଗୁରୁଗୁରୁଜନ କଥା

ଶୁଣିଲେ ହୁଏ ସଫଳ।


ତରୁଣ ବୟସେ ଉତ୍ତମ ଶରୀର 

ସୁଷମ ଖାଦ୍ୟ ପ୍ରଭାବେ,

ତରୁଣ ବୟସେ ମଜବୁତ ରାସ୍ତା

ସୁସ୍ଥ ପରିବେଶ ଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational