Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational

3  

Jayashree Maharana

Inspirational

ବ୍ୟର୍ଥ ଯିବନାହିଁ ନିଷ୍ଠା

ବ୍ୟର୍ଥ ଯିବନାହିଁ ନିଷ୍ଠା

1 min
11.7K


ଅଦୃଶ୍ୟ ଦାନବ କ୍ରୁର ଲୀଳାରେ ଯେ କରାୟତ୍ତ ସାରା ବିଶ୍ୱ

ରକ୍ତ ରଞ୍ଜିତ ଧରିତ୍ରୀର ବକ୍ଷ ସାଜିଲାଣି ଆଜ ନିଃସ୍ୱ

ଚନ୍ଦ୍ରର ପୃଷ୍ଠରେ ପାଦଥାପିଥିବା ମନୁଷ୍ୟର ଶତଚେଷ୍ଟା

ହାରିଯିବୁ ନାହିଁ ହରାଇବୁ ନିଶ୍ଚେ ବ୍ୟର୍ଥ ଯିବନାହିଁ ନିଷ୍ଠା ।


ନୁହଁ ଆମେ ଭୀରୁ ଡରିଯିବୁ ନାହିଁ ଦେଖି ତା'ର ଭୟାବହ

ସଚେତନ ଅଛୁ ସତର୍କ ରହିବୁ ଭାଙ୍ଗିଦେବୁ ଟାଣ ମୁହଁ 

ପରିଷ୍କାର ପରିଚ୍ଛନ୍ନ ରହୁଅଛୁ ପାଳୁଅଛୁ ସଙ୍ଗରୋଧ

ଆତଙ୍କ ପଥକୁ ମିଳିମିଶି ସର୍ବେ କରିଅଛୁ ଅଵରୋଧ ।


ଆସିବ ପ୍ରତ୍ୟୁଷ ନବରବି କରେ ଉଦ୍ଭାସିତ ହେବ ମହୀ

ଦାନବର ବଳ ହେବ ଦୁରୁବଳ ଶକତି ପ୍ରମାଣ ପାଇ

ବୁଦ୍ଧି କୌଶଳର ପ୍ରୟୋଗରେ ଗଢା ଅସ୍ତ୍ର ପ୍ରହାର ବଳେ

କ୍ଷିତିରୁ ନିଶ୍ଚିହ୍ନ ହୋଇବ ଅଧମ ଅସୀମ ଆକାଶ ତଳେ ।


ଆସିଛି ଏମିତି ଅନେକ ବିପଦ ହୋଇନାହୁଁ ଧୈର୍ଯ୍ୟହରା

କରିବୁ ସମର ଜିଣିବୁ ଶତ୍ରୁକୁ ହସିଉଠିବ ମା' ଧରା ।



Rate this content
Log in

Similar oriya poem from Inspirational