Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Romance Tragedy Fantasy

4  

Chittaranjan Nanda

Romance Tragedy Fantasy

ବ୍ୟବଧାନ ଦୁଇ ଅନ୍ତରର

ବ୍ୟବଧାନ ଦୁଇ ଅନ୍ତରର

1 min
408


ତୋ ସଂଗେ ମିଶିବା ଦିନଠୁ ତୋ ରଂଗେ

ପରା ରଂଗେଇ ହୋଇଥିଲି

ସେଇ ପ୍ରେମମୟ ସମୟର, ଜୁଇ, ଜାଇ, 

ହେନା ସାକ୍ଷୀ ଥିଲେ ଖାଲି ।


ସେ ତ ନଥିଲା ସାଗର ପାଖର ବାଲିଘର 

ଯେ ଭାଙ୍ଗି ଦେବ ଦୁଷ୍ଟ ଜୁଆର,

ନଥିଲା କି ସମର୍ପଣ ଭାବ, ପ୍ରତାରଣା କଲ,

ମନେଅଛି କେଉଁଦିନ ମନେ ପଡିଲା ଗାର ।

   

ମନ ମଧ୍ୟରେ ମୋ ମନ ଖୋଜୁଛି, ହେ,

ପ୍ରିୟା, ତୁମ ଆଗମନ ପାଇଁ,

କିନ୍ତୁ ପ୍ରତାରିତ ହେଉଛି ଛଳନା ଭିତରେ ,

ବୁକୁ ତଳ କାନ୍ଦୁଛି କଇଁ କଇଁ ।


ସ୍ୱପ୍ନରେ ଆସୁଛି ତୁମ ଗୋଲାପି ଚିଠିଟି

ଲଫାପାରେ ହୋଇଛି ଭରି

ଘର ସାମନାରେ ଡାକବାଲା ଠିଆ ହୋଇଛି

ଚିଠିକୁ ହାତରେ ଧରି ।


ମନର ଅଙ୍ଗନେ, ସଳିତା ଭଳି ଜଳି ଲିଭୁଛି

ଓ ଜଳି ଉଠୁଛି ବାର ବାର,

ଭାବୁଛି, ମଉକାଟେ ଦେଖି କହିବି ତୁମକୁ,

ସବୁ ବ୍ୟଥା ବେଦନା ମୋର ।


ଖୋସାମଦି ଆସେ ନାହିଁ ମୋତେ, ବିଶ୍ଵାସ 

ଭରଷା ପାଥେୟ ମୋର

ଚାହୁଁଥିଲି ଆଗେ ଚାହୁଁଛି ବି ଏବେ, ଫରକ

ମାତ୍ର ବ୍ୟବଧାନ ଦୁଇ ଅନ୍ତରର ।



Rate this content
Log in

Similar oriya poem from Romance