Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Inspirational

4  

Basanti Pattnaik

Inspirational

ବୁଝାମଣା

ବୁଝାମଣା

1 min
332


  

  ଜୀବନ ର ମାନେ ଅଟେ ବୁଝାମଣା

     ନହେଲେ ସବୁତ ହବ ବାଟବଣା

  ସମ୍ପର୍କ ର ସେତୁ ଡୋରି ରେ ବନ୍ଧା

     ଏହାର ନାମ ବିଶ୍ବାସ

  ଏହି ବିଶ୍ବାସ ରେ ଲାଗିଲେ ଦାଗ

      ମଣିଷ ହୁଅଇ ଅଣନିଃଶ୍ବାସ ।

   ଶାନ୍ତି ପ୍ରୀତି ଭାବ ମମତା ର ମୋତି

       ଏହାକୁ ନେଇ ଜୀବନ ମାଳା

   ଗୋଟିଏ ତୁଟିଲେ ମାଳାଟି ଛିଣ୍ଡ‌ଇ

       ଜୀବନେ ଘଟେ ଦୁର୍ଦ୍ଦଶା ପରା

  ମା'ଟି ଶିଶୁ ର ମୁଖକୁ ଅନାଇ

       ବୁଝ‌ଇ ତାହାର ମନର ଭାଷା

   ଗଢି ତୋଳିଥାଏ କଞ୍ଚା ପିଣ୍ଡୁଳା

       ମନରେ ବାନ୍ଧିକି ଅନେକ ଆଶା ।

   ଜୀବନ ରାସ୍ତାରେ ଚାଲିବାକୁ ହେଲେ

       ଆସିବ ତ ପଥେ ଅନେକ ବାଧା

   ଉଠା ପକା ହୋଇ ଚଢ଼ିବାକୁ ହେବ 

       ଏହାହିଁ ଅଟେ ଜୀବନ ଭାଷା ।

   ରୋଗ ଶୋକ ତାପ ଏହାକୁ ନେଇ

       କାଟିବାକୁ ହେବ ଜୀବନ ନ‌ଈ

    ଶକ୍ତି ଧର୍ଯ୍ୟ ସତ୍ୟତା ର ମଞ୍ଜି ବୁଣି

        ସନ୍ତାନ କୁ ଗଢେ ବିଶାଳ କରି

    ବୁଝାମଣା କରି କାଟିବ ଜୀବନ

        ସଫଳ ହୋଇବ ସଂସାର ତୋର

    ଏହାକୁ ନ ଧରି ଚାଲିଲେ ତୁମେ

         ଭୁଲ୍ ହୋଇଯିବ ଜୀବନ ଗାର ।।


Rate this content
Log in

Similar oriya poem from Inspirational