STORYMIRROR

Kalandi pal

Inspirational

3  

Kalandi pal

Inspirational

ବୁଢିଆଣୀ ଜାଲ

ବୁଢିଆଣୀ ଜାଲ

1 min
203


ଷାଠିଏ ପଉଟି ସତରେ ଖାଇଲେ

    ଦେଇପାରିବେନି କେହି.

ଆଘ୍ରାଣେ (ମହା)ପ୍ରସାଦ ଭକତେ ପାଆନ୍ତି

    କୋଟି ପୁଣ୍ୟ ଯଶ ପାଇଁ.

ଜଗାରେ ଆତ୍ମା ତୋଷ ହେବା ପାଇଁ. l


ଷାଠିଏ ପଉଟି ଏକାତୁ ଖାଇଲେ

    ଭକତେ ପାଇବେ କିସ.

ବରଷକେ ସାରା ସଂସାର ଖାଇବୁ

   ଯାହା କମାଇଛୁ ଯଶ.

ବୁଢିଆଣୀ ଜାଲ ପରି ତୋର ଲୀଳା

    ମାନବ ବୁଝିବ କାହିଁ. l


ସବୁ କରିଅଛୁ ଅଧା ହାତେ ପ୍ରଭୁ

    କିଛି ନେଉନାହୁଁ ତୁହି

ତୋ ହାତ ତିଆରି ଦରବ ତୋତେରେ

    ଶରଧାରେ ଦେଲେ ପାଇ.

ସାରାଜଗତର ମଉଡମଣୀ ତୁ

    ତୋବିନା ଆଉ କେ ନାହିଁ. l



Rate this content
Log in

Similar oriya poem from Inspirational