STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ବୁଢା ମାଷ୍ଟ୍ରଙ୍କ କଥା ହୁଏନା ଶେଷ

ବୁଢା ମାଷ୍ଟ୍ରଙ୍କ କଥା ହୁଏନା ଶେଷ

1 min
398

ବୁଢା ମାଷ୍ଟ୍ରଙ୍କ କଥା କେବେ ହୁଏନା ଶେଷ

କେହି ଯଦି କିଛି ଶୁଣିବାକୁ କର ମନ

କାମ ଦାମ ଛାଡ଼ି ତାଙ୍କ ପାଖରେ ଆସି ବସ,

ଜାଣିବ ଶୁଣିବ ଶିଖିବ ଲାଗିବ ଯେମିତି

ସେ ଗୋଟାଏ ବିରାଟ ପୃଥିବୀ ଇତିହାସ।


ପଦିଏ କଥାରୁ ଆରମ୍ଭ ହେଉ ହେଉ

ସେ କଥାରେ ନଥା ଯୋଡି କରିବେ ପୋଥି,

ଭାବିବ ସମୟ କଟାଇବାକୁ ଆନନ୍ଦରେ

ସିଏ ଜଣେ ଅତି ଆପଣାର ସାଥୀ।


କହୁଥିବେ ଅଙ୍ଗେନିଭା ଅଭିଜ୍ଞତାର ସବୁ

ଶୁଣିଲେ ଆସିବ କେତେ ଭରସା ବିଶ୍ଵାସ,

କାହାଣୀ ମୁଣିର ସେ ଅସରନ୍ତି ଗପ

ବୁଢା ମାଷ୍ଟ୍ରଙ୍କ କଥା କେବେ ହୁଏନା ଶେଷ।


କହି ଶୁଣାଉଥିବେ ପ୍ରାଞ୍ଜଳଭାବେ ଅନର୍ଗଳ

ଘରଠୁ ପାର୍ଲାମେଣ୍ଟ ହାଟ ବଜାର ଚାଷ,

ଶାସ୍ତ୍ର ପୁରାଣରୁ କହି ମୂଲ୍ୟବାନ ସବୁ କଥା

ଦେଉଥିବେ କେତେ ପରାମର୍ଶ ଉପଦେଶ।


ପଦ ଛନ୍ଦର ଶ୍ଳୋକ ସାଥେ ଢଗ ଢମାଳି

ଶୁଣି ଲାଗୁଥିବ ସତ୍ ସଙ୍ଗର ଏ ପ୍ରବଚନ,

ବସିବା ସ୍ଥାନରୁ ଉଠିବାକୁ ହେଉ ନଥିବ ମନ

ସ୍ବଭାବ ବଦଳି ଯାଇ ଧନ୍ଯ ହେବ ଜୀବନ।


ତାଙ୍କ ସାଥୀରେ ମିଶି ହସ ଖୁସି ହେବା

ଲାଗିବ କ୍ଳାନ୍ତ ଜୀବନର ଏକ ଅବକାଶ,

ଦୁଃଖ ସୁଖର ଫେଣ୍ଟାଫେଣ୍ଟି ଜୀବନ ସଂଘର୍ଷ

ବୁଢା ମାଷ୍ଟ୍ରଙ୍କ କଥା କେବେ ହୁଏନା ଶେଷ।


ଚାଲୁ ଚାଲୁ ଜୀବନ ପଥେ କେତେ ଝୁଣ୍ଟି ପଡ଼ି

ସାହସ ଧୈର୍ଯ୍ୟକୁ ସେ କରିଛନ୍ତି ଗଣ୍ଠିଧନ,

ସହିଷ୍ଣୁତାର ହୋଇ ସେ ଗୋଟାଏ ମହାଦ୍ରୁମ

ଅନେକଙ୍କୁ ଜ୍ଞାନର ଛାୟା କରିଛନ୍ତି ପ୍ରଦାନ।


ସରଳ ନିରାଡମ୍ବର ଭାବେ ଜିଇଁବାର କୌଶଳ

ତାଙ୍କରିଠାରୁ ଶିଖି ହୁଏ ଦେଇ ଏକ ଧ୍ୟାନ,

ପଦେ ପଦେ କଥା ଶୁଣି କଲେ ହୃଦବୋଧ

କ୍ଳେଶ ହୋଇଯାଏ ଦୂର ଶାନ୍ତ ରହେ ମନ।


ଅବସର ସମୟରେ ହେଲେ ତାଙ୍କ ସହଭାଗୀ

ଏକାକୀପଣ ଦୂର ହୋଇ ଲାଗିବ ଉଲ୍ଲାସ,

ଅନୁଭବ ଅନୁଭୂତିରୁ ଶୁଣି ଆସିବ ସାହସ

ବୁଢା ମାଷ୍ଟ୍ରଙ୍କ କଥା କେବେ ହୁଏନା ଶେଷ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action