STORYMIRROR

Pankajini Upadhaya

Inspirational Others

3  

Pankajini Upadhaya

Inspirational Others

ବତୀଖୁଣ୍ଟ ଆଲୁଅ

ବତୀଖୁଣ୍ଟ ଆଲୁଅ

1 min
13K


ସୂରୁଯ ଆଲୋକ ବସୁଧା ଛୁଉଁଛି

ସମ୍ପୁର୍ଣ୍ଣ ନୁହେଁ ତା ଆଭା

ବତୀର ଆଲୁଅ ସ୍ବାଗତ କରୁଛି

ହୋଇଛି ବନ୍ଧୁ ହେ ଉଭା।

ତୁମେ ପ୍ରକୃତିର ମୁହିଁ କୃତ୍ରିମର

ବନ୍ଧୁ ବାନ୍ଧି ଦେବା ବନ୍ଧୁ

ତୁମର କିରଣ ପ୍ରଖର ହୋଇଲେ

ହଜିଯିବୁ ଭବ ସିନ୍ଧୁ।

ଅଳପ ସମୟ ସାକ୍ଷାତ ଆମର

ଗଳପ ସଳପ ହେବା

ଦୁଃଖ ସୁଖ ଟିକେ ବଣ୍ଟାବଣ୍ଟି ହେବା

ଖୁସିର ପରଶ ଅବା।

ତୁମେ ଚାଲିଗଲେ ଅସ୍ତାଚଳ ଶିଖେ

ମୁଁ ଆସଇ ଧରା ପରେ

ତୁମ କାର୍ଯ୍ୟ ମୁଁ ତ ଧିରେ ଧିରେ କରେ

ରାସ୍ତାର ପଥ ଧାରେ।

ତୁମର ବଇରି ସେ ଘନ ବାଦଲ

ଲୁଚାଇ ଦିଏ ତୁମକୁ

ମୋହର ବଇଲି ଯନ୍ତ୍ର ବିଭାଗଟି

ହଜାଇଦିଏ ମୋ ମୁକୁ।

ତୁମର ଆଲୋକ ଉଜ୍ଜଳ ଆଲୋକ

ଯାଅ କୋଣ ଅନୁକୋଣେ

ମୁଁ ଛାର ବତୀଟେ ଖୁଣ୍ଟ ପରେ ଉଭା

ବିଞ୍ଚୁଥାଏ ଏଣେତେଣେ।

ହିନ ଭାବ ନାହିଁ ଦୀନ ଆଲୁଅଟେ

ଅସ୍ତିତ୍ଵ ମୋ ପରାଧୀନ

ଆଜି ସକାଳରୁ ଭେଟ ହୋଇଗଲା

କାଲି ନ ଥିବ ଜୀବନ।

ସମୟଟି ପରା ବଳବାନ ସଖା

ସମୟର ମୂଲ୍ୟ ଦେବା

ହସିବା ଗପିବା କାମ କରୁ କରୁ

ଆଲୋକକୁ ଢାଳୁଥିବା।

ସମୟ ଇସାରା ଦେଲାଣି ସଖାହେ

କାଲି ହେବ ପୁଣି ଦେଖା

ମୋ ଆଲୋକ ସାଥେ ଘଣ୍ଟର ଶବଦ

ଶୁଭିଲାଣି ପରା ସଖା।

ବେଳ ତ ହେଲାଣି ଦିଅ ହେ ମେଲାଣି

ଆଲିଙ୍ଗନ ମୁଦ୍ରେ ଥାଇ

ଆଖିରୁ ମୋହର ଲୋତକ ଝରୁଛି

ଯିବାକୁ ମୋ ମନ ନାହିଁ।

ବିଦାୟ ବିଦାୟ ଦିଶୁ ନାହଁ ଆଉ

ବାର ଘଣ୍ଟାର ଜ୍ଵଳନ

ଗୃହ କାର୍ଯ୍ୟେ ଦିନେ ବ୍ଯସ୍ତ ମୁଁ ରହିବି

ଆଭାତ ହେବ ମଳିନ।

ବତୀର ଆଲୁଅ ଶୁଭ ସମାଚାର

ଦେଲା ନା ଜଗତବାସୀ

ସେଇ ଶିକ୍ଷା ବଳେ ଏ ମହୀ ମଣ୍ଡଳେ

ଚଳିବା ତ ମିଳିମିଶି।


Rate this content
Log in

Similar oriya poem from Inspirational