STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ବସନ୍ତରେ ଶୀତ

ବସନ୍ତରେ ଶୀତ

1 min
2.9K

ବସନ୍ତରେ ଶୀତ ଥରାଏ କଷ୍ଟ ପାଆନ୍ତି ଜୀବ,

ସବୁରି କାରଣ ପଛରେ ଅଛି ଏଇ ମାନବ


ଚଞ୍ଚଳ ଗତିରେ ଜଗତେ ଜନ ସଂଖ୍ୟା ବଢୁଛି,

ଆବଶ୍ୟକ ପାଇଁ ମନୁଷ୍ୟ ଗଛଲତା କାଟୁଛି


ବିଜ୍ଞାନର ଜ୍ଞାନ ବଳରେ ନୂତନ ଉଦ୍ଭାବନ,

କଳକାରଖାନା ବସିଲା କେତେ ଦିନକୁ ଦିନ


ତହିଁରୁ ବାହାରି ତା ଧୂଆଁ ବାୟୁ କରେ ଦୂଷିତ,

ଜଳ ବହିଯାଇ କରଇ ନଦୀ ଜଳ ବିଷାକ୍ତ


ରାସାନିକ ସାର ଔଷଧ ଚାଷରେ ବ୍ୟବହାର,

ତାରି କଷଣରେ ମୃର୍ତ୍ତିକା ଝରାଏ ଲୁହ ଧାର


କେତେ ଯେ ପରୀକ୍ଷା ନିରିକ୍ଷା ହୁଏ ସାଗର ଜଳେ,

ପ୍ରକୃତି କୁ ଦେଲେ ଯନ୍ତ୍ରଣା ବଞ୍ଚିବ କି ନିଶ୍ଚଳେ


ଯାହା ପ୍ରଭାବରେ ଧରଣୀ ଭାରସାମ୍ୟ ହରାଇ,

ଋତୁ ମତେ କିଛି ନହୁଏ ଏଇ ମନୁଷ୍ୟ ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract