STORYMIRROR

SUJATA DAS

Romance

3  

SUJATA DAS

Romance

ବସନ୍ତ ପାଇଁ ପଦେ

ବସନ୍ତ ପାଇଁ ପଦେ

1 min
225

ବସନ୍ତ ଗୋ ତୁମେ

ଗଲା ପରେ ପରେ

ହୃଦୟେ ଅନେକ ଝଡ଼

ଉଜାଣି ବହୁଛି

ମୋ  ଜୀବନ ପଥରେ

ଖାଲି ତପ୍ତ ନିଦାଘି ଝଡ଼.

ଜଳିଯାଏ ମନ

ଜଳୁଛି ଜୀବନ

ନିଷ୍ଠୁର ପ୍ରକୃତି ରାଗେ

କୁହୁଳି କୁହୁଳି

ବାହୁନୁଛି ଆତ୍ମା

ଧୂଆଁ ଧୂଆଁ ପ୍ରତି ଭାଗେ

ହସର ଠିକଣା

ହଜେଇ ଦେଇଛି

ଲୁହ ଏକା ମୋର ସାକ୍ଷୀ

ଶୂନ୍ୟ ମହାଶୂନ୍ୟ

ଲାଗେ ଚତୁର୍ଦ୍ଦିଗ

ଉଦାସୀ ମୋ ପ୍ରାଣ ପକ୍ଷୀ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance