ବସନ୍ତ ପାଇଁ ପଦେ
ବସନ୍ତ ପାଇଁ ପଦେ
ବସନ୍ତ ଗୋ ତୁମେ
ଗଲା ପରେ ପରେ
ହୃଦୟେ ଅନେକ ଝଡ଼
ଉଜାଣି ବହୁଛି
ମୋ ଜୀବନ ପଥରେ
ଖାଲି ତପ୍ତ ନିଦାଘି ଝଡ଼.
ଜଳିଯାଏ ମନ
ଜଳୁଛି ଜୀବନ
ନିଷ୍ଠୁର ପ୍ରକୃତି ରାଗେ
କୁହୁଳି କୁହୁଳି
ବାହୁନୁଛି ଆତ୍ମା
ଧୂଆଁ ଧୂଆଁ ପ୍ରତି ଭାଗେ
ହସର ଠିକଣା
ହଜେଇ ଦେଇଛି
ଲୁହ ଏକା ମୋର ସାକ୍ଷୀ
ଶୂନ୍ୟ ମହାଶୂନ୍ୟ
ଲାଗେ ଚତୁର୍ଦ୍ଦିଗ
ଉଦାସୀ ମୋ ପ୍ରାଣ ପକ୍ଷୀ.

